fbpx

ଡେଙ୍ଗୁ ବ୍ୟତୀତ ଏହି ରୋଗ ହେଲେ ଶରୀରରେ କମିଥାଏ ପ୍ଲେଟଲେଟ୍ କାଉଁଣ୍ଟ; ଭୁଲରେ କରନ୍ତୁ ନାହିଁ ଅଣଦେଖା

ଆଜିକାଲିର ଅସ୍ୱାସ୍ଥ୍ୟକର ପରିବେଶ ଏବଂ ମୌସୁମୀ ପରିବର୍ତ୍ତନ କାରଣରୁ ଆମକୁ ଅନେକ ପ୍ରକାର ରୋଗ ହୋଇଥାଏ । ଯାହାଫଳରେ ଆମ ଶରୀରରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ । ଖାସକରି ମୌସୁମୀ ପରିବର୍ତ୍ତନ ସମୟରେ ଡେଙ୍ଗୁ ଏବଂ ମ୍ୟାଲେରିଆ ପରି ରୋଗ ବୃଦ୍ଧି ପାଇବା ସହ ଅନେକ ଲୋକେ ମଧ୍ୟ ଏହି ରୋଗର ଶିକାର ହୋଇଥାନ୍ତି । ତେବେ ଏହା ହେବା ଦ୍ୱାରା ଆମ ଶରୀରରେ ଥିବା ପ୍ଲେଟଲେଟ୍ କାଉଟ୍ ଦ୍ରୁତଗତିରେ କମିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ପ୍ରତ୍ୟେକ ସୁସ୍ଥ ବ୍ୟକ୍ତିର ଶରୀରରେ ୧୫୦ ହଜାରୁ ୪୫୦ ହଜାର ପ୍ରତି ମାଇକ୍ରୋଲିଟ୍ ପ୍ଲେଟଲେଟ୍ କାଉଣ୍ଟ ରହିବା ଆବଶ୍ୟକ । ଯଦି ଶରୀରରେ ଏହି ସଂଖ୍ୟା କମ ହୋଇଯାଏ ତେବେ ଏହା ଆମ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଡେଙ୍ଗୁ ବ୍ୟତୀତ ଏପରି କିଛି ରୋଗ ରହିଛି ଯାହା ହେବା ଦ୍ୱାରା ଆମ ଶରୀରର ପ୍ଲେଟଲେଟ କାଉଣ୍ଟ ଦ୍ରୁତଗତିରେ କମିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ସବୁ ରୋଗ ବିଷୟରେ…

ରକ୍ତହିନତା (ଏନିମିଆ): ରକ୍ତହିନତା ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କ ଶରୀରରେ ପ୍ଲେଟଲେଟ କାଉଣ୍ଟ ଦ୍ରୁତ ଗତିରେ କମିଥାଏ । ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ଖୁବ ଶୀଘ୍ର ଥକିପଡିବା ସହ ସେମାନଙ୍କ ଶରୀରରେ ଅଣ୍ଳଜାନର ଆଭାବ ମଧ୍ୟ ଦେଖାଦେଇଥାଏ । ତେବେ ଏହି ରକ୍ତହିନତା ବିଭିନ୍ନ ପ୍ରକାରର ହୋଇଥାଏ । ଯଥା, ଆଇରନ୍ ଡେଫିସିୟନ୍ସି ଏମିନିଆ,
ସିକଲସେଲ୍ ଏନିମିଆ, ଭିଟାମିନ୍ସ ଡେଫିସିୟନ୍ସି ଏନିମିଆ ଏବଂ ଥେଲେସିମିଆ ଆଦି ରହିଥାଏ ।

ହେପାଟାଇଟିସ୍ ‘ସି’ ସଂକ୍ରମଣ: ହେପାଟାଇଟିସ୍ ‘ସି’ ସଂକ୍ରମଣ ହେଉଛି ଏକ ଭୟଙ୍କର ରୋଗ, ଯାହାକି ଆମ ଲିଭରକୁ ବହୁତ କ୍ଷତି ପହଞ୍ଚାଇଥାଏ । ଏଥିସହିତ ଏହି ରୋଗ ହେବା ଦ୍ୱାରା ଏହା ଆମ ଶରୀରରେ ଥିବା ପ୍ଲେଟଲେଟ୍ କାଉଣ୍ଟକୁ ମଧ୍ୟ କମ୍ କରିଥାଏ । ତେବେ ସମୟ ଥାଉ ଥାଉ ଯଦି ଏହି ରୋଗର ଚିକିତ୍ସା କରା ନଯାଏ ତାହାଲେ ଏହା ଜୀବନପ୍ରତି ବିପଦ ସୃଷ୍ଟି କରିଥାଏ ।

କ୍ୟାନ୍ସର: ବ୍ଲଡ କ୍ୟାନ୍ସର ରୋଗର ପ୍ରାରମ୍ଭିକ ସମୟରେ ହିଁ ପ୍ଲେଟଲେଟ୍ କାଉଣ୍ଟ ଦ୍ରୁତଗତିରେ କମିଥାଏ । ଯାହାକୁ ଲ୍ୟୁକେମିଆ ମଧ୍ୟ କୁହାଯାଇଥାଏ । ତେବେ ଏହା କେବଳ ରକ୍ତ ସହିତ ନୁହେଁ ବରଂ ଅସ୍ଥି ମଜ୍ଜା ସହିତ ମଧ୍ୟ ଜଡିତ ରହିଥାଏ ।

Get real time updates directly on you device, subscribe now.