fbpx
BSKY SKY
BSKY SKY

Record Clapping: ଥରେ କି ଦୁଇ ଥର ନୁହେଁ ଗୋଟିଏ ମିନିଟରେ ଏତିକି ଥର ତାଳି ମାରି ଯୁବକ ରଚିଲେ ଗିନିଜ ରେକର୍ଡ

BSKY

ନୂଆଦିଲ୍ଲୀ: ଆଜିକାଲି ଅନେକ ଲୋକ ବିଭିନ୍ନ ପ୍ରକାର କାର୍ଯ୍ୟ କରି ଚର୍ଚ୍ଚାକୁ ଆସୁଛନ୍ତି । ଏପରି ଅନେକ ଲୋକ ଅନେକ ରେକର୍ଡ ମଧ୍ୟ ସୃଷ୍ଟି କରିଥାନ୍ତି । କିଏ ଖେଳରେ ନିଜର ପାରଦର୍ଶିତା ଦେଖାଇ ଦୁନିଆରେ ରେକର୍ଡ ସୃଷ୍ଟି କରିଥାନ୍ତି ତ ଆଉ କିଏ ନିଜର ସୌନ୍ଦର୍ଯ୍ୟ ପାଇଁ ଅନେକ ପୁରସ୍କାର ଜିତିଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବର୍ତ୍ତମାନ ଜଣେ ଯୁବକ ତାଳି ମାରି ଚର୍ଚ୍ଚାକୁ ଆସିଛନ୍ତି । ସେ ଗୋଟିଏ ମିନିଟରେ ୧୦୦୦ ଥରରୁ ଅଧିକ କରତାଳି ମାରି ଗିନିଜ ବୁକ୍ ଅଫ ୱାର୍ଲଡ ରେକର୍ଡ ନିଜ ନାଁରେ କରିଛନ୍ତି ।

ମିଳିଥିବା ରିପୋର୍ଟ ଅନୁଯାୟୀ, ଆମେରିକାର ଜଣେ ୨୦ ବର୍ଷର ଯୁବକ ‘ଡୋଲଟନ୍ ମେୟର’ ଏକ ମିନିଟରେ ୧,୧୪୦ ଥର କରତାଳି ମାରିବା ସହ ଗୋଟିଏ ସେକେଣ୍ଡରେ ୧୯ ଥର ତାଳିମାରି ରେକର୍ଡ ସୃଷ୍ଟି କରିଛନ୍ତି । ଯାହାକୁ ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡର ଅଧିକାରୀମାନେ ନିଜ ୟୁଟୁବ୍ ଚ୍ୟାନେଲରେ ଏହାର ଭିଡିଓ ପୋଷ୍ଟ କରିଛନ୍ତି । ତେବେ ଡୋଲଟନ୍ ରେକର୍ଡ ସୃଷ୍ଟି କରିବା ପାଇଁ ପାପୁଲି ତଳ ଭାଗର ବ୍ୟବହାର କରିଥିଲେ । ସେ ୧୨ ମାର୍ଚ୍ଚ ୨୦୨୨ ରେ ଏହି ରେକର୍ଡ ସୃଷ୍ଟି କରିଥିଲେ । ତେବେ ଏହା ପୂର୍ବରୁ ଗୋଟିଏ ମିନିଟ୍ ରେ ଏଲି ବିଶପ୍ ସର୍ବାଧିକ ୧,୧୦୩ ଥର ତାଳି ମାରି ଏହି ରେକର୍ଡ ସୃଷ୍ଟି କରିଥିଲେ । ଯାହାକୁ ବର୍ତ୍ତମାନ ଡୋଲଟନ୍ ମେୟର ଭାଙ୍ଗିବା ସହ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।

Get real time updates directly on you device, subscribe now.