ଭାରତର ଡେଙ୍ଗୁ ଭାକ୍ସିନ୍; କୋଟି କୋଟି ଲୋକଙ୍କ ମୁହଁରେ ଫୁଟାଇବ ହସ୍

ଖୁସଶୀଘ୍ର ଆସିବାକୁ ଯାଉଛି ଡେଙ୍ଗୁ ଭାକ୍ସିନ୍ । ଆସନ୍ତା ବର୍ଷ ବଜାରରେ ହେବ ପ୍ରଚଳନ ।

ଓଡ଼ିଶା ଭାସ୍କର: କରୋନା ମହାମାରୀ ଭାକ୍ସିନ ଆବିଷ୍କାର କରିବା ପରେ ଭାରତ ଏବେ ଡେଙ୍ଗୁ ଭାସ୍କିନ୍ ତିଆରି କରିଛି । ଡେଙ୍ଗୁରୁ ମୁକ୍ତି ଦେବ ଡେଙ୍ଗିଅଲ୍ ଭାକ୍ସିନ୍ ।

ଟୀକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟେଷ୍ଟିଂ ଚାଲିଛି । ପରୀକ୍ଷା ସଫଳ ହେଲେ ଆସନ୍ତା ବର୍ଷବେଳକୁ ବଜାରରେ ଏହି ଡେଙ୍ଗୁ ଟିକା ଉପଲବ୍ଧ କରାଯିବ ।

ଡେଙ୍ଗୁ ଟୀକା ନେଇ କୋଲକାତାସ୍ଥିତ ସାଇନ୍ସ ସିଟିରେ ଅନୁଷ୍ଠିତ ଏକ ପ୍ରଦର୍ଶନୀ ଅବସରରେ ଆଇସିଏମଆର୍ ପୂର୍ବ ମହାନିର୍ଦ୍ଦେଶକ ଡା. ବଳରାମ ଭାର୍ଗବ କହିଛନ୍ତି, ଡେଙ୍ଗିଅଲ୍ ନାମକ ଡେଙ୍ଗୁ ଭାକ୍ସିନ୍ ପେନାସିଆ ବାୟୋଟିକ୍ ଏବଂ ଆସିଏମଆରର ମିଳିତ ଉଦ୍ୟମରେ ତିଆରି କରାଯାଉଛି ।

ଏହାର ପ୍ରଥମ ଦୁଇଟିଯାକ ଟ୍ରାଏଲ ସଫଳ ହୋଇଛି । ତୃତୀୟ ଚରଣ ପରୀକ୍ଷା ୧୦,୩୩୫ଜଣଙ୍କଠାରେ ପ୍ରୟୋଗ କରାଯାଇଛି । ଯାହା ୧୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୯ଟି ପରୀକ୍ଷା କେନ୍ଦ୍ରରେ କରାଯାଉଛି ।

ଡେଙ୍ଗୁ ଭାକ୍ସିନ ବ୍ୟତୀତ ଅଗଷ୍ଟ ସୁଦ୍ଧା ବ୍ରେଷ୍ଟ, ଓରାଲ ଏବଂ ସର୍ଭାଇକଲ କ୍ୟାନ୍ସର ଭାକ୍ସିନ୍ ଲଞ୍ଚ କରାଯିବ । ଏହାଦ୍ୱାରା ସବୁବର୍ଗର ମହିଳାଙ୍କୁ କ୍ୟାନ୍ସରଠାରୁ ଛୁଟକାରା ମିଳିବ ।

ଭାରତ କେବଳ ଯେ ରୋଗ ସହ ଲଢ଼ୁଛି ତା’ ନୁହେଁ, ଦୁଃସାଧ୍ୟ ରୋଗର ମୁକାବିଲା ପାଇଁ ଦେଶ ଆଗେଇ ଚାଲିଥିବା ଦେଖିବାକୁ ମିିଳିଛି ।