ଟ୍ବିନ ସିଟିରେ ଘନ କୁହୁଡ଼ିର ଆସ୍ତରଣ, ଦିଶୁନି ରାସ୍ତାଘାଟ
କଟକ-ଭୁବନେଶ୍ବରରେ ଘନ କୁହୁଡିର ଆସ୍ତରଣ । 10 ମିଟର ପରେ ସବୁ ଅନ୍ଧାର ।
ଭୁବନେଶ୍ବର: ଦିନରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ରାତିର ପାରା ମଧ୍ୟ ବଢିଛି । ଏହାରି ଭିତରେ ଆଜି ଟ୍ବିନସିଟିରେ ଘନ କୁହୁଡି ଦେଖିବାକୁ ମିଳିଛି ।
ରାସ୍ତାଘାଟ ଅନ୍ଧକାର- କଟକ- ଭୁବନେଶ୍ବରରେ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ରାସ୍ତାଘାଟ ସବୁ ଅନ୍ଧକାର ହୋଇଯାଇଥିବା ବେଳେ 10 ମିଟର ଉପରକୁ ଆଉ କିଛି ଦିଶୁନାହିଁ ।
ଅନ୍ୟପଟେ ଯଦି ଦେଖିବା ବର୍ତ୍ତମାନ ଠାରୁ ହିଁ ରେକର୍ଡ ଭାଙ୍ଗିଲାଣି ତାତି । ସ୍ବାଭାବିକ ଠାରୁ ତାପମାତ୍ରା 5 ଡିଗ୍ରୀ ବୃଦ୍ଧି ପାଇଛି । କୋରାପୁଟରେ ଦିନର ତାପମାତ୍ରା 33 ଡିଗ୍ରୀ ରେକର୍ଡ କରାଯାଇଛି ।
ରେକର୍ଡ ଭାଙ୍ଗୁଛି ଦିନ ତାପମାତ୍ରା- ଏହାପୂର୍ବରୁ ଖରାଦିନେ କେବେ ଏପରି ହୋଇନଥିବା କୁହାଯାଇଛି । ଏଭଳି ସ୍ଥିତି ପାଣିପାଗ ବିଶେଷଜ୍ଞଙ୍କୁ ଚମକାଇଦେଇଛି । 2009 ରେ ଏପରି ସ୍ଥିତି ହୋଇଥିବା ବେଳେ ବର୍ତ୍ତମାନ 2025ରେ ଅନୁରୂପ ଦେଖାଯାଇଛି ।
ତେବେ ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ଦିନର ତାପମାତ୍ରା କିଛିଦିନ ପାଇଁ ଏଭଳି ରହିବ । ରାତି ତାପମାତ୍ରା ମଧ୍ୟ 2ରୁ 4 ଡିଗ୍ରୀ ବୃଦ୍ଧି ପାଇବ ବୋଲି କୁହାଯାଇଛି । ଅର୍ଥାତ୍ ଏକଦମ ଶୀତ ଗାୟବ ହୋଇଯିବ ।