fbpx

ଡେଣ୍ଟିଷ୍ଟଙ୍କ ଫି’ ଥିଲା ଅଧିକ, ମହିଳା ନିଜେ ହିଁ ଉପାଡିଲେ ୧୧ଟି ଦାନ୍ତ; ଅବସ୍ଥା ହେଲା ଏପରି

Advertisement

ନୂଆଦିଲ୍ଲୀ: ଦାନ୍ତରେ କୌଣସି ପ୍ରକାର ସମସ୍ୟା ଦେଖାଦେଲେ ସାଧାରଣତଃ ଲୋକମାନେ ଦନ୍ତ ଚିକିତ୍ସକ ବା ଡେନଟିଷ୍ଟଙ୍କ ପାଖକୁ ଯାଇଥାନ୍ତି । ହେଲେ ଜଣେ ୪୨ ବର୍ଷୀୟା ମହିଳାଙ୍କର ଯେତେବେଳେ ଦାନ୍ତରେ ସମସ୍ୟା ଦେଖାଦେଲା, ସେ ଏପରି କିଛି କଲେ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ମହିଳା ଜଣକ ଡେନଟିଷ୍ଟଙ୍କ ପାଖକୁ ଯିବା ପରିବର୍ତ୍ତେ ନିଜେ ନିଜର ୧୧ଟି ଦାନ୍ତ ଉପାଡ଼ିଦେଲେ । ତେବେ ଚାଲନ୍ତୁ କଣ ରହିଛି ପୂରା ମାମଲା ।

ସୂଚନା ଅନୁସାରେ, ଏହି ମାମଲା ଲଣ୍ଡନର ହୋଇଥିବା ବେଳେ ଏଠାରେ ଡେନିଏଲ୍ ୱାଟସ୍ ନାମକ ଜଣେ ମହିଳା ନିଜର ୧୧ଟି ଦାନ୍ତ ନିଜେ ଉପାଡି ଦେଇଛନ୍ତି । କାରଣ ତାଙ୍କ ପାଖରେ ପ୍ରାଇଭେଟ୍ ଡେନଟିଷ୍ଟଙ୍କ ପାଖକୁ ଯିବାକୁ ଟଙ୍କା ନଥିଲା । ମିରର୍ ୟୁକେର ରିପୋର୍ଟ ମୁତାବକ, ମହିଳା ଜଣକ କହିଛନ୍ତି ଯେ ସେ ନିଜର ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲକୁ ଯାଇଥିଲେ । କିନ୍ତୁ ସେଠାରେ କିଏ କି ଡାକ୍ତର ନଥିଲେ । ତେଣୁ ସେ ପ୍ରାଇଭେଟ କ୍କ୍ିନିକ୍ ଯିବା ପାଇଁ ଚାହିଁଥିଲେ କିନ୍ତୁ ତାଙ୍କ ପାଖରେ ଟଙ୍କା ନଥିଲା । ତେଣୁ ସେ ନିଜେ ଗୋଟିଏ ଗୋଟିଏ କରି ୧୧ଟି ଦାନ୍ତ ଉପାଡ଼ି ଦେଇଛନ୍ତି ।

ଡେନିଏଲ୍ ଗତ ତିନି ବର୍ଷ ମଧ୍ୟରେ୧୧ ଟି ଦାନ୍ତ ଉପାଡ଼ି ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରାଇଭେଟ୍ ଡାକ୍ତରଙ୍କ ପାଖକୁ ଯିବାକୁ ତାଙ୍କ ପାଖରେ ଯଙ୍କା ନାହିଁ । ତେଣୁ ସେ ବାଧ୍ୟ ହୋଇ ଖରାପ ଦାନ୍ତକୁ ବାହାର କରିଦେଇଛନ୍ତି । ସେ କହିଛନ୍ତି ଯେ, “ମୁଁ ହସିବା ଭୁଲି ଯାଇଛି । ଖୁବ୍ ଯନ୍ତ୍ରଣା କାରଣରୁ ସେ ପ୍ରତ୍ୟେକ ଦିନ ମେଡିସିନ୍ ଖାଉଛନ୍ତି” ।

 

Get real time updates directly on you device, subscribe now.