ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଜାମିନ୍, ବିଡିଓଙ୍କ ମାଡ଼ ମାରିବା ଅଭିଯୋଗରେ…

ଦେବଗଡ଼(ଓଡ଼ିଶା ଭାସ୍କର): ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ମିଳିଲା ଜାମିନ୍ । ବିଧାୟକ ସୁବାସ ଓ ୨ ସହଯୋଗୀଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଛନ୍ତି ଜିଲ୍ଲା ଜଜ୍ । ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ୍ ମିଳିଥିବା ଜଣାପଡିଛି ।

୭ ଦିନ ପରେ ଦେଗଡ଼ ଜିଲ୍ଲା କୋର୍ଟରୁ ଜାମିନ୍ ମିଳିଛି । ସୁବରାସ ସହ ୨ ସହଯୋଗୀ ଅକାଳୁ ଧଳ ଓ କୁମରମଣି ସାହୁଙ୍କୁ ଜାମିନ୍ ମିଳିଛି । ତିଲେଇବଣି ବିଡ଼ିଓଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ହୋଇ ଜେଲରେ ଥିଲେ ।

ସୂଚନାଯୋଗ୍ୟ ଯେ, ଗତ ଶନିବାର ବିଧାୟକ ଏବଂ ତାଙ୍କର ସହଯୋଗୀ ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ଼ ମାରିବା ନେଇ ଅଭିଯୋଗ ହୋଇଥିଲା । ଛେପଲିପାଲି ପଞ୍ଚାୟତ ଭାଲିଆଗୁଡ଼ାରେ ବିଡ଼ିଓଙ୍କୁ ଆକ୍ରମଣ ହୋଇଥିଲା । ଏହି ମାମଲାରେ ଉଭୟ ପକ୍ଷରୁ ମାମଲା ମଧ୍ୟ ରୁଜୁ ହୋଇଥିଲା । ତହସିଲଦାରଙ୍କ ଉପସ୍ଥିତିରେ ବିଧାୟକ ଓ ତାଙ୍କ ସମର୍ଥକଙ୍କ ଦ୍ୱାରା ଏଭଳି ଆକ୍ରମଣ ହୋଇଥିବା ନେଇ ଦେବଗଡ଼ ଥାନାରେ ଅଭିଯୋଗ କରିଛନ୍ତି ବିଡିଓ । ଏହା ସହ ବିଡିଓ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଦ୍ୱାରସ୍ଥ ହୋଇଛନ୍ତି । ତେବେ ଏହି ମାମଲାରେ ରବିବାର ଦେବଗଡ଼ ପୋଲିସ ବିଧାୟକଙ୍କୁ ଭୁବନେଶ୍ୱର କ୍ୱାର୍ଟରୁ ଗିରଫ କରିଥିଲା । ଗିରଫ ପରେ ଦେବଗଡ଼ ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରିଥିଲା ପୋଲିସ ।