fbpx
BSKY
BJD MC SKY
BJD MS SKY

ପ୍ରତିମାସରେ ଜମା କରନ୍ତୁ ୧ ହଜାର ଟଙ୍କା: ଅବସର ପରେ ମିଳିବ ୨୦ ହଜାର ଟଙ୍କାର ପେନ୍ସନ

ନୂଆଦିଲ୍ଲୀ: ଯଦି ଆପଣ ରିଟାୟରମେଣ୍ଟ ଯୋଜନା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ । ଯଦି ଆପଣ ନିଜର ରିଟାୟାରମେଣ୍ଟ ପ୍ଲାନ୍ କରିନାହାନ୍ତି ତେବେ ଆପଣ ଯେତେ ଜଲଦୀ ପାରୁଛନ୍ତି ନିଜର ରିଟାୟରମେଣ୍ଟ ପ୍ଲାନ୍ ରେ ନିବେଶ କରିବା ଆରମ୍ଭ କରିଦିଅନ୍ତୁ । ସମୟରେ ରିଟାୟାରମେଣ୍ଟ ଯୋଜନା କରିବା ଦ୍ୱାରା ଆପଣଙ୍କୁ ବେଶ୍ ଫାଇଦା ମିଳିବ । ପୁଣ ରିଟାୟାରମେଣ୍ଟ ପର୍ଯ୍ୟନ୍ତ ଅଧିକ ଟଙ୍କା ଜମା ହୋଇପାରିବ । ରିଟାୟରମେଣ୍ଟ ଟଙ୍କା ଜମା କରିବା ପାଇଁ ଅଧିକ ସମୟ ଲାଗିଥାଏ । ଜଲଦୀ ନିବେଶ କରିବା ଦ୍ୱାରା ମାସିକ ପ୍ରମିୟମ୍ ମଧ୍ୟ କମ୍ ହେବ । ଆଜି ଆମେ ଆପଣଙ୍କୁ ନାସନାଲ ପେନ୍ସନ ସ୍କିମ ବିଷୟରେ କହୁଛୁ । ଏହି ସ୍କିମରେ ନିବେଶ କରିବା ଦ୍ୱାରା ଅଧିକ ବିପଦ ମଧ୍ୟ ନାହିଁ ଏବଂ ଏହା ଏକ ସରକାରୀ ସ୍କିମ ଅଟେ ।

ପ୍ରାରମ୍ଭରେ ଏହି ସ୍କିମ କେବଳ ସରକାରୀ କର୍ମଚାରୀଙ୍କ ପାଇଁ ଥିଲା । ଏହି ସ୍କିମକୁ ୨୦୦୯ ରେ ସଭିଙ୍କ ପାଇଁ ଖୋଲାଯାଇଥିଲା । ଏହି ସ୍କିମରେ ଆପଣ ୧ ହଜାର ଟଙ୍କା ଜମା କରି ପ୍ରତିମାସରେ ୨୦ ହଜାର ଟଙ୍କା ପେନ୍ସନ ପାଇପାରିବେ ।

ଉଦାହରଣ ସ୍ୱରୂପ, ଯଦି ଆପଣଙ୍କ ବୟସ ୨୦ ବର୍ଷ ଏବଂ ଚାକିରି ହେବା ପରେ ଏନପିଏସରେ ନିବେଶ କରିବା ଆରମ୍ଭ କରୁଛନ୍ତି ତେବେ ପ୍ରତିମାସରେ ୧ ହଜାର ଟଙ୍କା ଇନଭେଷ୍ଟ କରୁଛନ୍ତି ତେବେ ତାଙ୍କୁ ରିଟାୟାରମେଣ୍ଟ ବେଳକୁ ସମୁଦାୟ ୫.୪ ଜମା କରୁଛନ୍ତି । ଯଦି ଏହି ଅର୍ଥକୁ ବାର୍ଷିକ ୧୦ ପ୍ରତିଶତ ରିଟର୍ଣ୍ଣ ଧରାଯିବ ତେବେ ସମୁଦାୟ ନିବେଶ ବଢ଼ି ୧.୦୫ କୋଟି ହୋଇଯିବ । ଏମିତିରେ ଆପଣଙ୍କୁ ଜଣା ଅଛିଯେ ଏନପିଏସରେ ୪୦ ପ୍ରତିଶତ ଭାଗର ଉପଯୋଗ ଆନ୍ୟୁଟି କିଣିବା ପାଇଁ କରାଯାଏ । ଏହି ହିସାବରେ ୪୨.୨୮ ଟଙ୍କାର ଉପଯୋଗ ଆନ୍ୟୁଟି କିଣିବା ପାଇଁ ହୋଇଥାଏ । ବାର୍ଷିକ ଯଦି ୧୦ ପ୍ରତିଶତ ରିଟର୍ଣ୍ଣ ହିସାବରେ ମାସରେ ୨୧,୧୪୦ ଟଙ୍କା ପେନ୍ସନ ଭାବରେ ମିଳିବ । ଏହା ସହ ଆପଣଙ୍କୁ ଏକ ନିଶ୍ଚିତ ରାଶି ୬୩.୪୧ ଲକ୍ଷ ଟଙ୍କାର ମିଳିବ । ଏନପିଏସରେ କେହିବି ବ୍ୟକ୍ତି ଯାହାର ଆୟୁ ୧୮ ବର୍ଷରୁ ଅଧିକ, ସେ ଖାତା ଖୋଲିପାରିବେ ।

ଯଦି ସବସ୍କ୍ରାଇବରଙ୍କର ଦରମା ବଢ଼ୁଛି ଏବଂ ସେ ନିଜର ନିବେଶ ବଢ଼ାଇବାକୁ ଚାହୁଛନ୍ତି । ତେବେ ଏନପିଏସରେ ତାଙ୍କର ରିଟାୟାରମେଣ୍ଟ ପରେ ଅଧିକ ନିଶ୍ଚିତ ରାଶି ମିଳିବ ଏବଂ ପେନ୍ସନ ମଧ୍ୟ ଅଧିକ ମିଳିବ ।

Get real time updates directly on you device, subscribe now.