fbpx

ମହାପ୍ରଭୁଙ୍କର କ୍ଷୀରରେ ହେଉଛି ଅଭିଷେକ: ଭକ୍ତଙ୍କ ଘରେ ଉଭା ହେଲେ ଜଗତର ନାଥ ଜଗନ୍ନାଥ

ମହାପ୍ରଭୁଙ୍କ ଉପରେ ଢଳା ହେଉଛି କ୍ଷୀର ପରେ କ୍ଷୀର । କୋଟି ଓଡିଆଙ୍କ ମଉଡମଣି ମହାପ୍ରଭୁଙ୍କର ଆଜି ହେଉଛି ଦୁଗ୍ଧ ସ୍ନାନ । ପରମ ଭକ୍ତର ମନ ସ୍କାମନା ଆଜି ପୂରଣ ହୋଇଛି ଆଉ ଦେଖିବାକୁ ମିଳିଛି ଏକ ଅଲୌକିକ ଏବଂ ଅଭିନ୍ନ ଦୃଶ୍ୟ । ସତେ ଯେମିତି ମହାବାହୁ ଭକ୍ତଙ୍କ ଡାକରେ ରତ୍ନବେଦୀରୁ ଓହ୍ଲାଇ ଆସିଛନ୍ତି । ପୁଣି ଥରେ ଭକ୍ତ ଆଉ ଭଗବାନଙ୍କ ମିଳନ ଦେଖିବାକୁ ମିଳିଛି । ସଂପୂର୍ଣ୍ଣ ଦୁଗ୍ଧରେ ହୋଇଛି ମହାବାହୁଙ୍କର ମହାସ୍ନାନ ।

ଏହି ଘଟଣାର ଏକ ଅନନ୍ୟ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । କାଳିଆ ଠାକୁରଙ୍କୁୁ କିପରି ଜଣେ ଭକ୍ତ ଟିଏ ଖୁବ ଶ୍ରଦ୍ଧାରେ ସଂପୂର୍ଣ୍ଣ ଦୁଗ୍ଧରେ ସ୍ନାନ କରାଉଛନ୍ତି । ଏହି ଦୃଶ୍ୟକୁ ଦେଖିଲେ ମନ ଭରିଯାଉଛି । ଯେମିତି କାଳିଆ ସାଆନ୍ତ ଆଜି ଭକ୍ତଙ୍କ ଘରେ ଗାଧୋଇବା ପାଇଁ ରତ୍ନବେଦୀରୁ ଓହ୍ଲାଇ ଆସିଛନ୍ତି । ଭକ୍ତ ଟିଏ ନିଜ ଘରେ ଦୁଗ୍ଧ ଆଣି ଖୁବ ଭକ୍ତି ଶ୍ରଦ୍ଧାରେ ମହାବାହୁଙ୍କ ଉପରେ ଢାଳି ଚାଲିଛି । ଭକ୍ତ ଶରଧାରେ ଯାହା ଦେଇଥାଏ ପ୍ରଭୁ ଶରଧାରେ ହାତ ବଢାଇ ଦେଇ ସବୁ ଗ୍ରହଣ କରିଥାନ୍ତି ବୋଲି ପୁରାଣରେ ବି ବର୍ଣ୍ଣିତ ରହିଛି । ସେ ଭକ୍ତର ଦୁଃଖ, କଷ୍ଟ, ପାପ, ଅହଙ୍କାର, ଦୋଷ ଇତ୍ୟାଦି ସବୁକୁ ଦୂରେଇ ଦେଇଥାନ୍ତି ।

ଆଜି ଜନୈକ ଭକ୍ତ ତାଙ୍କ ବସାରେ କାଳିଆ ସାଆନ୍ତଙ୍କୁ ଖୁବ ଶରଧାରେ ଏଭଳି ଭାବେ ଦୁଗ୍ଧ ସ୍ନାନ କରାଇଛନ୍ତି । ଦେଖନ୍ତୁ ଏହି ଦୃଶ୍ୟକୁ । ଦେଖିଲେ ଲାଗୁଛି ସତେ ଯେମିତି ମହାବାହୁ ଭକ୍ତର ଏହି ଭାବରେ ନିଜକୁ ସମର୍ପିତ କରିଦେଇଛନ୍ତି । ଆଉ ପ୍ରଭୁ ଏହି ଦୁଗ୍ଧ ସ୍ନାନରେ ଅତ୍ୟନ୍ତ ଆନନ୍ଦ ଅଛନ୍ତି । ସତରେ ପ୍ରଭୁ କେତେ ସୁନ୍ଦର ଦିଶୁଛନ୍ତି ସେହି ଦୁଗ୍ଧ ମଧ୍ୟରେ । ପ୍ରଭୁ ଜଗନ୍ନାଥଙ୍କୁ ସଂପୂର୍ଣ୍ଣ ଦୁଗ୍ଧରେ ସ୍ନାନ କରାଇ ଭକ୍ତ ମନ ପ୍ରାଣ ଆଜି ପୁଲକିତ ହୋଇ ଉଠିଛି ।

 

Get real time updates directly on you device, subscribe now.