fbpx
BSKY
BJD MC SKY
BJD MS SKY

Google ଉପରେ ଭାରତ ସରକାରଙ୍କ ଆକ୍ସନ! ଏଣିକି ଆଉ ଚାଲିପାରିବନି ଟେକ୍ କମ୍ପାନୀର ମନମାନୀ

ନୂଆଦିଲ୍ଲୀ: ଦୁନିଆର ଶ୍ରେଷ୍ଠ ଟେକ୍ କମ୍ପାନୀମାନଙ୍କ ମଧ୍ୟରେ ସାମିଲ ହୋଇଛି ଗୁଗଲ । କିନ୍ତୁ ଏବେ ଏହାକୁ ନେଇ ବଢିବାରେ ଲାଗିଛି ସମସ୍ୟା । ଅନେକ ସ୍ଥାନରେ ଏଜେନ୍ସି ଏହା ଉପରେ ଲଗାମ ଲଗାଉଥିବା ବେଳେ ଏହାର ଏକାଧିକାର(ମନୋପଲୀ) ଶେଷ କରିବାକୁ ଚାହୁଁଛନ୍ତି । ଭାରତ ସରକାର ମଧ୍ୟ ଏହା ଉପରେ କାମ କରୁଥିବା ବେଳେ ଗୁଗଲରୁ ସାଇବର ସ୍ପେସରେ ନିୟନ୍ତ୍ରଣ ଫେରାଇବାକୁ ଚେଷ୍ଟା କରୁଛି ।

ନିକଟରେ ୟୁରୋପିୟନ ୟୁନିଅନ କୋର୍ଟ ତରଫରୁ ସର୍ଚ୍ଚ ଇଞ୍ଜିନ କମ୍ପାନୀକୁ ଲାଗିଛି ବଡ ଝଟକା । ତେଣୁ ଏଥିରେ ୪.୧୨ ଆରବ ଡଲାରର ଜରିମାନା ଲଗାଯାଇଛି । ଆଣ୍ଡ୍ରଏଡ ଫୋନ ନିର୍ମାଣକାରୀ କମ୍ପାନୀ ଉପରେ ଅନେକ ପ୍ରକାର ପ୍ରତିବନ୍ଧକ ଲଗାଉଥିବା ନେଇ ଗୁଗଲ ଉପରେ ଅଭିଯୋଗ ହୋଇଛି । ଏହାଦ୍ୱାରା ସର୍ଚ୍ଚ ଇଞ୍ଜିନକୁ ସିଧା ଫାଇଦା ମିଳିଥାଏ । କିନ୍ତୁ ଇୟୁ ଏବଂ ଆମେରିକା ଏଜେନ୍ସିଗୁଡକରେ ମଧ୍ୟ ଭାରତ ଏହା ବିରୁଦ୍ଧରେ ଆରମ୍ଭ କରିଛି ତଦନ୍ତ । ଇଲେକ୍ଟ୍ରୋନିକ ଏବଂ ଆଇଟି ରାଜ୍ୟ ମନ୍ତ୍ରୀ ଚନ୍ଦ୍ରଶେଖର କହିଛନ୍ତି ଯେ, ଗ୍ଲୋବାଲ ଆଣ୍ଟିଟ୍ରଷ୍ଟ ଡ୍ରାଇଭରେ ଭାରତ ନିଜର ଦାୟିତ୍ୱ ମଧ୍ୟ ନିର୍ଣ୍ଣୟ କରୁଛି ।

ଭାରତ ସରକାରଙ୍କ ଆଣ୍ଟିଟ୍ରଷ୍ଟ ୱାଚଡଗ୍ କମ୍ପିଟିସନ କମିଟି ଅଫ ଇଣ୍ଡିଆ ମଧ୍ୟ ଗୁଗଲ ବିରୋଧରେ ତଦନ୍ତ ଆରମ୍ଭ କରିଛି । ଆମେରିକାରେ ଗୁଗଲ ବିଭିନ୍ନ ମୋକଦ୍ଦମାର ସମ୍ମୁଖୀନ ହୋଇଛି । ଏହା ପ୍ରତିଯୋଗିତାମୂଳକ ଘଟଣାକୁ ପ୍ରଭାବିତ କରୁଥିବା ନେଇ ଅଭିଯୋଗ ହୋଇଛି । ତେବେ ଏହାର ସର୍ଚ୍ଚ ଇଞ୍ଜିନର ବ୍ୟବହହାର ବୃଦ୍ଧି କରିବା ପାଇଁ ସାମସଙ୍ଗ ଏବଂ ଆପଲ ସମେତ ଅନ୍ୟାନ୍ୟ ଟେଲିକମ୍ କମ୍ପାନୀଗୁଡିକୁ ଦେୟ ଦେଉଛି ବୋଲି କୁହାଯାଇଛି ।

Get real time updates directly on you device, subscribe now.