Union Bankରେ ଜମା କରନ୍ତୁ 2 ଲକ୍ଷ ଏବଂ ସୁଧ ପାଆନ୍ତୁ 31 ହଜାର, ଜାଣନ୍ତୁ କେମିତି
ୟୁନିୟନ ବ୍ୟାଙ୍କରେ ଫିକ୍ସ ଡିପୋଜିଟ ଉପରେ ଭଲ ସୁଧ ଦେଉଛି ୟୁନିୟନ ବ୍ୟାଙ୍କ ।
ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ୧.୦୦ ପ୍ରତିଶତ ହ୍ରାସ କରିଛି । ଫେବୃଆରୀ, ଏପ୍ରିଲ ଏବଂ ଜୁନ୍ ମାସରେ RBI ରେପୋ ହାର ହ୍ରାସ କରିଥିଲା। କିନ୍ତୁ ଅଗଷ୍ଟରେ ରେପୋ ହାରକୁ ୫.୫୦ ପ୍ରତିଶତରେ ସ୍ଥିର ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା।
RBI ରେପୋ ହାର ହ୍ରାସ କରିବା ପରେ, ସମସ୍ତ ବ୍ୟାଙ୍କ ମଧ୍ୟ FD ଉପରେ ସୁଧ ହାର ହ୍ରାସ କରିଥିଲେ । ସାର୍ବଜନୀନ କ୍ଷେତ୍ରର ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ FD ଯୋଜନା ଉପରେ ସୁଧ ହାର ହ୍ରାସ କରିଥିଲା। ତଥାପି, ୟୁନିଅନ୍ ବ୍ୟାଙ୍କ ଏବେ ବି FD ଉପରେ ବହୁତ ସୁଧ ପ୍ରଦାନ କରୁଛି ।
ୟୁନିୟନ ବ୍ୟାଙ୍କ ଏଫଡି ଉପରେ ସର୍ବାଧିକ ୭.୩୫ ପ୍ରତିଶତ ସୁଧ- ନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ସର୍ବନିମ୍ନ ୭ ଦିନ ଏବଂ ସର୍ବାଧିକ ୧୦ ବର୍ଷ ପାଇଁ ଏକ ଏଫଡି ଆକାଉଣ୍ଟ ଖୋଲିପାରିବେ । ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ସରକାରୀ ବ୍ୟାଙ୍କ, ଯାହା ଏଫଡି ଉପରେ ୩.୪୦ ପ୍ରତିଶତରୁ ୭.୩୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି ।
୨ ବର୍ଷର ଏଫଡି ଉପରେ ୬.୫୦ ପ୍ରତିଶତରୁ ୭.୨୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ- ସାର୍ବଜନୀନ କ୍ଷେତ୍ରର ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବିଭିନ୍ନ ଅବଧିର ଏଫଡି ଯୋଜନାରେ ସାଧାରଣ ନାଗରିକଙ୍କୁ ସର୍ବାଧିକ ୬.୬୦ ପ୍ରତିଶତ, ବରିଷ୍ଠ ନାଗରିକଙ୍କୁ ୭.୧୦ ପ୍ରତିଶତ ଏବଂ ସୁପର ସିନିୟର ନାଗରିକଙ୍କୁ ୭.୩୫ ପ୍ରତିଶତ ସୁଧ ଦେଉଛି । ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ, ସାଧାରଣ ନାଗରିକମାନେ ୨ ବର୍ଷର ଏଫଡି ଉପରେ ୬.୫୦ ପ୍ରତିଶତ, ବରିଷ୍ଠ ନାଗରିକଙ୍କୁ ୭.୦୦ ପ୍ରତିଶତ ଏବଂ ସୁପର ସିନିୟର ନାଗରିକଙ୍କୁ ୭.୨୫ ପ୍ରତିଶତ ସୁଧ ପାଉଛନ୍ତି ।
2 ଲକ୍ଷ ଜମା କଲେ 31 ହଜାର ସୁଧ- ଜଣେ ସାଧାରଣ ନାଗରିକ ଏବଂ ୟୁନିଅନ୍ ବ୍ୟାଙ୍କରେ ୨ ବର୍ଷର ଏଫଡିରେ ୨ ଲକ୍ଷ ଟଙ୍କା ଜମା କରନ୍ତି, ତେବେ ମେଚ୍ୟୁରିଟିରେ ମୋଟ ୨,୨୭,୫୨୮ ଟଙ୍କା ପାଇବେ, ଯେଉଁଥିରେ ୨୭,୫୨୮ ଟଙ୍କା ସ୍ଥିର ସୁଧ ଅନ୍ତର୍ଭୁକ୍ତ । ଯଦି ଆପଣ ଜଣେ ବରିଷ୍ଠ ନାଗରିକ ଏବଂ ୟୁନିଅନ୍ ବ୍ୟାଙ୍କରେ ୨ ବର୍ଷର ଏଫଡିରେ ୨ ଲକ୍ଷ ଟଙ୍କା ଜମା କରନ୍ତି, ତେବେ ମେଚ୍ୟୁରିଟି ମୋଟ ୨,୨୯,୭୭୬ ଟଙ୍କା ପାଇବେ, ଯେଉଁଥିରେ ୨୯,୭୭୬ ଟଙ୍କା ସ୍ଥିର ସୁଧ ଅନ୍ତର୍ଭୁ କ୍ତ। ସେହିପରି, ଯଦି ଆପଣ ଜଣେ ସୁପର ବରିଷ୍ଠ ନାଗରିକ, ତେବେ ଆପଣ ୨ ବର୍ଷର ଏଫଡିରେ ୨ ଲକ୍ଷ ଟଙ୍କା ସ୍ଥିର ସୁଧ ଅନ୍ତର୍ଭୁକ୍ତ । ମୋଟ ୨,୩୦,୯୦୮ ଟଙ୍କା ପାଇବେ ।