fbpx

(Video) Live-In Relationରେ ରହିଥିଲେ ଉପ ମୁଖ୍ୟମନ୍ତ୍ରୀ: ୩ ଥର କରିଛନ୍ତି ବିବାହ, ଜାଣନ୍ତୁ ପୱନଙ୍କ ଇତିହାସ

Advertisement

ଓଡ଼ିଶା ଭାସ୍କର: ସାଉଥ ସିନେ ଜଗତର ଗବର ଏବେ ରାଜନୀତି ଜଗତରେ ରାଜକୁମାର ପଦ ପାଇଛନ୍ତି । ଉପ-ମୁଖ୍ୟମନ୍ତ୍ରୀ ପଦରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସାଉଥ ସୁପରଷ୍ଟାର ପୱନ କଲ୍ୟାଣ । କେବଳ ସିଲଭର ସ୍କ୍ରିନରେ ନୁହେଁ, ରିଅଲ ଲାଇଫରେ ମଧ୍ୟ ପୱନ କଲ୍ୟାଣ ଖୁବ ଚର୍ଚ୍ଚାରେ ରହିଥାନ୍ତି । ନିଜ ପରିବାର ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ପୱନ କଲ୍ୟାଣ ଅନେକ ସମୟରେ ଲାଇମ ଲାଇଟରେ ରହିଥାନ୍ତି । ତେବେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଥାଏ ତାଙ୍କର ବୈବାହିକ ଜୀବନ । ୮ ବର୍ଷ ପର୍ଯ୍ୟନ୍ତ ଲିଭ-ଇନ୍ ସମ୍ପର୍କରେ ରହିବା ସହ ତିନି ଥର ବିବାହ ଘଟଣା ତାଙ୍କୁ ଖୁବ ଚର୍ଚ୍ଚାକୁ ଆଣିଥାଏ । ତେବେ ଶେଷରେ ଋଷିଆ ମଡେଲଙ୍କୁ ବିବାହ କରି ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି ସୁପରଷ୍ଟାର ତଥା ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ।

ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ବିବାହର କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଦୁଇଟି ନିର୍ବାଚନରେ ବିଫଳ ହେବା ପରେ ଶେଷରେ ବିପୁଳ ପରିମାଣରେ ବିଜୟ ହାସଲ କରିଛନ୍ତି ସୁପରଷ୍ଟାର ପୱନ କଲ୍ୟାଣ । ଦେଶରେ କରିଛନ୍ତି ରାଜନୈତିକ ରେକର୍ଡ । ଏମିତି ରାଜନୀତିରେ ତାଙ୍କୁ ଅନେକ ଘାତ ପ୍ରତିଘାତର ସାମ୍ନା କରିବାକୁ ପଡ଼ିଛି । ହେଲେ ସେ କେବେ ହେଲେ ହାର ମାନି ନାହାଁନ୍ତି । କାରଣ ତାଙ୍କ ହାତରେ ଥିଲା ଏହି ମହିଳାଙ୍କର ହାତ । ଯାହାଙ୍କୁ ସେ ବହୁତ ଭଲ ପାଉଥିଲେ ।

ପୱନ କଲ୍ୟାଣ, ଯିଏ ୩ ଥର ବିବାହ କରିଛନ୍ତି । ପ୍ରଥମ ଦୁଇଟି ବିବାହ ତିଷ୍ଠି ନଥିବା ବେଳେ ତୃତୀୟରେ ଜଣେ ଋଷୀୟ ମଡେଲଙ୍କର ହାତ ଧରିଥିଲେ । ପୱନ କଲ୍ୟାଣ ୧୯୯୬ରେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ଏହା ପୂର୍ବରୁ ସତ୍ୟାନନ୍ଦ ଆକ୍ଟିଂ ଇନଷ୍ଟିଚ୍ୟୁଟରେ ନନ୍ଦିନୀଙ୍କ ସହ ପୱନଙ୍କର ଦେଖା ହୋଇଥିଲା । ଯାହା ପରେ ଉଭୟଙ୍କର ମଧ୍ୟରେ ପ୍ରେମ ସମ୍ପର୍କ ବଢ଼ିବାରୁ ଆଗକୁ ଯାଇ ଉଭୟ ବୈଦିକ ରୀତିନୀତିରେ ବିବାହ କରିଥିଲେ । ହେଲେ ଏହି ବାହାଘର ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ନଥିଲା । ୨୦୦୧ ମସିହାରେ ଉଭୟ ଅଲଗା ମଧ୍ୟ ହୋଇଯାଇଥିଲେ । କିନ୍ତୁ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା ଅଗଷ୍ଟ ୨୦୦୮ ମସିହାରେ । ୫ କୋଟି ଟଙ୍କାର ଭରଣ ପୋଷଣ ଦେଇ ପୱନ ଛାଡ଼ପତ୍ର ନେଇଥିଲେ ।

ତେବେ ପୱନ ନନ୍ଦିନୀଙ୍କ ଠାରୁ ଅଲଗା ହେବା ପରେ ତାଙ୍କ ସହକର୍ମୀ ଅଭିନେତ୍ରୀ ରେଣୁ ଦେଶାୟୀଙ୍କ ସହ ସମ୍ପର୍କରେ ଆସିଥିଲେ । ଉଭୟ ୮ ବର୍ଷ କାଳ ଲିଭ୍-ଇନରେ ରହିବା ପରେ ୨୦୦୯ ମସିହାରେ ବିବାହ କରିଥିଲେ । ୨୦୧୦ ମସିହାରେ ଉଭୟ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ତେବେ ପୱନଙ୍କର ଦ୍ୱିତୀୟ ବିବାହ ମଧ୍ୟ ଅଧିକ ଦିନ ତିଷ୍ଠି ନଥିଲା । ୨୦୧୨ ମସିହାରେ ଦୁହିଁଙ୍କ ମଧ୍ୟରେ ବିଧିବଦ୍ଧ ଭାବରେ ଛାଡପତ୍ର ହୋଇଥିଲା । ଛାଡ଼ପତ୍ର ପରେ ମଧ୍ୟ ରେଣୁ ପୱନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିଥିବା କଥା ଜାଣିବାକୁ ମିଳିଥାଏ ।

ରେଣୁୁଙ୍କୁ ଛାଡ଼ପତ୍ର ଦେବା ପରେ ପୱନ ତୃତୀୟ ବିବାହ କରିଛନ୍ତି । ଋଷୀୟ ମଡେଲ ଆନ୍ନା ଲେଜନେଭାଙ୍କୁ ବିବାହ କରିଛନ୍ତି ପୱନ । ଉଭୟଙ୍କ ମଧ୍ୟରେ ଫିଲ୍ମ ତିନ ମାର ସୁଟିଂ ସେଟରେ ଦେଖା ହୋଇଥିଲା । ଉଭୟଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ବର୍ତ୍ତମାନ ଉଭୟ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଥିବା ବେଳେ ରାଜନୀତିରେ ଉପ-ମୁଖ୍ୟମନ୍ତ୍ରୀ ପଦ ପାଇଛନ୍ତି ପୱନ କଲ୍ୟାଣ । ଏହି ଦାୟିତ୍ୱ ପାଇବା ପରେ ଏବେ ରାଜନୈତିକ ମାହୋଲରେ ବହୁତ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି ପୱନ ।

Get real time updates directly on you device, subscribe now.