fbpx

କେନ୍ଦ୍ର ବଜେଟକୁ ନେଇ ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: କେନ୍ଦ୍ର ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ମଧ୍ୟବିତ୍ତ ପରିବାରର ପକେଟ୍, ଗରିବ, ମହିଳା, ଯୁବବର୍ଗ ଓ କୃଷକଙ୍କ ଉପରେ ଫୋକସ୍ କରାଯାଇଛି । ବଜେଟକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏଥିମଧ୍ୟରେ କେନ୍ଦ୍ର ବଜେଟକୁ ନେଇ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓଙ୍କ ପ୍ରତିକ୍ରିୟାରେ କହିଛନ୍ତି ଏହା ଏକ ସ୍ୱାଗତଯୋଗ୍ୟ ବଜେଟ୍ । ଓଡ଼ିଶାର ପର୍ଯ୍ୟଟନ, ମହିଳା, ଗରିବ, ଯୁବ, କୃଷିଙ୍କ ପାଇଁ ବଜେଟ । ଶକ୍ତି କ୍ଷେତ୍ର ପାଇଁ ବି ବ୍ୟବସ୍ଥା ଅଛି । ଗତ କିଛି ଦିନ ପୂର୍ବରୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ବୈଠକ ଡାକିଥିଲେ । ମୁଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଯୋଗ ଦେଇଥିଲି । ଯାହା ଦାବି ଦେଉଥିଲୁ, ତାହା ପୂରଣ ହୋଇଥିବାରୁ ଧନ୍ୟବାଦ । ପର୍ୟ୍ୟଟନ କ୍ଷେତ୍ରରେ ମନ୍ଦିର, ଜଙ୍ଗଲ, ଇକୋ ଟୁରିଜିମ, ସମୁଦ୍ରକୂଳକୁ ନେଇ ବିକାଶ କଥା କହିଛନ୍ତି । ଏଠି କାମ ମିଳିବ, ଦାଦନ ଖଟିବାକୁ ଯିବାକୁ ପଡ଼ିବନି । ଓଡ଼ିଶାବାସୀ ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ନିର୍ମଳା ସୀତାରମଣକୁ ଧନ୍ୟବାଦ । ପ୍ରଧାନମନ୍ତ୍ରୀ ପ୍ରଚାର ବେଳେ ଯାହା କହିଥିଲେ, ତାହା କରିଥିବାରୁ ଧନ୍ୟବାଦ । ବଜେଟ ନେଇ ଗୃହରେ କହି ପାରିଥାନ୍ତେ ବିରୋଧୀ ବିଜେଡି ହେଲେ ସେମାନେ ରହିଲେ ନାହିଁ ।

ଓଡ଼ିଶା ବିଜେପିର ୨୦ ସାଂସଦ ଅଛନ୍ତି ବୋଲି ଏତେ ବଡ଼ ବଜେଟ ପାଇଲା ଓଡ଼ିଶା । ଆରୋପ ପ୍ରତ୍ୟାରୋପ ବିରୋଧୀ କରନ୍ତି । ଉପା ସରକାର ସମୟରେ ବି ଏତେ ପାଉ ନଥିଲା ଓଡ଼ିଶା । ଲୋକ ଖୁସି ଥିବା ମୁଁ ଦେଖିଛି । ମରିନ କ୍ଷେତ୍ରରେ ଆମେ ଦ୍ଵିତୀୟ । ସେ ଦିଗରେ ବି ବଜେଟରେ ଅଛି । ଆଜି ଯେବେ କେନ୍ଦ୍ର ସରକାର ଓଡ଼ିଶା ଟୁରିଜିମ ବିକାଶ ପାଇଁ ଘୋଷଣା କରିଛନ୍ତି, ଏଠି ସ୍ୱତନ୍ତ୍ର ପ୍ୟାକେଜ କ’ଣ ମାଗୁଛନ୍ତି ? ଓଡ଼ିଶାକୁ ଯେତିକି ସହାୟତା ଦରକାର, କେନ୍ଦ୍ର ସଡକ, ପ୍ରଧାନମନ୍ତ୍ରୀ ଆବାସ ପରି ଯୋଜନା ବ୍ୟବସ୍ଥା ଏହି ବଜେଟରେ କରାଯାଇଛି । ଓଡ଼ିଶା ତା ଭାଗ ପାଇବ ବୋଲି କହିଛନ୍ତି କନକବର୍ଦ୍ଧନ ସିଂହଦେଓ ।

Get real time updates directly on you device, subscribe now.