ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆରମ୍ଭ କରାଯିବ ସର୍ଭେ ପ୍ରକ୍ରିୟା
ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ କୋଟିଏ 8 ଲକ୍ଷ ମହିଳା କଲେଣି ଆବେଦନ ।
ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଆଉ ଏକ ନୂଆ ଅପଡେଟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବଞ୍ଚିତ ହିତାଧିକାରୀଙ୍କୁ ଖୋଜାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
ପ୍ରଭାତୀଙ୍କର କହିବା ଅନୁସାରେ, ସୁଭଦ୍ରାରୁ ବଞ୍ଚିତ ହିତାଧିକାରୀଙ୍କୁ ଖୋଜାଯିବ । ଘରକୁ ଘର ଯାଇ ସର୍ଭେ କରାଯିବ । ମାର୍ଚ୍ଚ 31 ଆବେଦନ ପ୍ରକ୍ରିୟାକୁ ବନ୍ଦ କରି ସର୍ଭେ କରାଯିବ ବୋଲି ସେ କହିଛନ୍ତି ।
ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ କୋଟିଏ 8 ଲକ୍ଷ ମହିଳା ଆବେଦନ କରିଛନ୍ତି । 4ଟି ପର୍ଯ୍ୟାୟରେ କୋଟିଏ 20 ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିବ। ସର୍ଭେ ପରେ ଯାହା ରହିବ ରକ୍ଷା ବନ୍ଧନରେ 3ଟି କିସ୍ତି ମିଳିବ ।
ତେବେ କହିରଖୁଛୁ କି, ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୁଭଦ୍ରା ଯୋଜନା ନେଇ ସୂଚନା ଦିଆଯାଇଥିଲା । ମହିଳାଙ୍କ ସୁବିଧା ପାଇଁ ୫ମ ପର୍ଯ୍ୟାୟ ସୁଭଦ୍ରା ଯୋଜନା ସହାୟତା ମିଳିବାକୁ ଯାଉଛି ।
ଚଳିତ ମାର୍ଚ୍ଚ ୬ ତାରିଖରେ ୧ମ କିସ୍ତି ଏବଂ ମାର୍ଚ୍ଚ ୮ ତାରିଖ (ଅନ୍ତର୍ଜାତୀୟ ମହିଳା ଦିବସ) ରେ ୨ୟ କିସ୍ତି ପ୍ରଦାନ କରାଯିବ। ଏହାଦ୍ୱାରା ୧କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ ବୋଲି କୁହାଯାଇଥିଲା ।