fbpx

ଦେଶୀ ଜୁଗାଡ଼: ମୋଟର ସାଇକେଲ୍‌ରେ ବିଲରେ ହଳ ବୁଲାଇଲେ ଚାଷୀ, ଇଣ୍ଟରନେଟ୍‌ରେ ଭିଡିଓ ଭାଇରାଲ

ନୂଆଦିଲ୍ଳୀ: ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ୍‌ ହୁଏ । ଯାହା ଲୋକଙ୍କୁ ମନକୁ ଛୁଇଁଥାଏ । ଏପରି ଜଣେ ବ୍ୟକ୍ତି ଦୁଇ ଚକିଆରେ ବିଲ ହଳ କରୁଥିବା ଦେଖାଦେଇଛି । ବିଲରେ କାମ କରୁଥିବା ସମୟର ଏହି ଭିଡିଓକୁ ଦେଖିବାକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି । ଦୁଇ ଚକିଆ ଯାନରେ ଥିବା ଲୁହା ଚକାରେ ବିଲ ହଳ ହେଉଥିବା ଦେଖାଦେଇଛି । ଗଛରେ ପାଣି ମଡାଇବା ପାଇଁ ରହିଥିବା ଧାରକୁ ଖୋଳିବାକୁ ଏହି ଟେକ୍‌ନିକ୍‌ ମଧ୍ୟ ଆପଣାଯାଉଛି। ଯାଉଛି । ଗାଡି ଷ୍ଟାର୍ଟ କରି ଆଗକୁ ଗଡେଇଲେ ଲୁହା ଚକାରେ ମାଟି ଖୋଳି ହୋଇଯାଉଛି।

ଇନ୍‌ଷ୍ଟାଗ୍ରାମରେ ଏହି ଭିଡିଓକୁ ସେୟାର କରାଯାଇଛି । ଭିଡିଓ ଦେଖି ଲୋକେ ବ୍ୟକ୍ତିଙ୍କ ବୁଦ୍ଧିକୁ ପ୍ରଶଂସା କରିଛନ୍ତି । ସହଜରେ କେମିତି କଠିନ କାମ କରିହେବ ତାର ଉପାୟ ଏହି ବ୍ୟକ୍ତି ବେସ୍‌ ଭଲ ଭାବରେ ଜାଣନ୍ତି କହିଛନ୍ତି ଲୋକେ । ଭାରତ ଏକ କୃଷି ପ୍ରଧାନ ଦେଶ । ଏଠାରେ ଅଧିକାଂଶ ଲୋକ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି । ବିଲରେ କଠିନ କାମ କରି ରୋଜଗାର କରନ୍ତି । ତେବେ କ୍ଷେତରେ କାମ କରିବାର ଏଭଳି କିଛି ଟ୍ରିକ୍‌ ଆପଣାଇ ବ୍ୟକ୍ତି ଜଣଙ୍କ ସଭିଙ୍କୁ ଚକିତ କରିଦେଇଛନ୍ତି ।

Get real time updates directly on you device, subscribe now.