fbpx

ଆର୍ଥିକ ସଙ୍କଟ ଦେଇ ରାଜ୍ୟ ଗତି କରୁଥିବା ବେଳେ ଆଇଏଏସ ଅଫିସରଙ୍କ ପାଇଁ ସରକାର କିଣିଲେ ୩୨ଟି ବିଳାସପୂର୍ଣ୍ଣ କାର୍

ହାଇଦ୍ରାବାଦ: କରୋନା ସଙ୍କଟ ଜାରି ରହିଥିବା ବେଳେ ଦେଶର ପ୍ରାୟତଃ ସମସ୍ତ ରାଜ୍ୟ ଅନାଵଶ୍ୟକ ଖର୍ଚ୍ଚ କରିବାରେ ଲଗାମ ଲଗାଉଛି । ହେଲେ ଏହି ସମୟରେ ତେଲେଙ୍ଗାନା ରାଜ୍ୟ ବୋଧ ହୁଏ ରାଜ୍ୟ ଉପରେ ଥିବା ୪୦,୦୦୦ କୋଟି ଟଙ୍କା ଋଣଭାର ବିଷୟରେ ଭୁଲିଯାଇଛନ୍ତି । କାରଣ ଇତି ମଧ୍ୟରେ ତେଲେଙ୍ଗାନା ସରକାର ୩୨ଜଣ ଅତିରିକ୍ତ ଜିଲ୍ଲାପାଳଙ୍କ ନିମନ୍ତେ ମହଙ୍ଗା କାର୍‌ କିଣିଛନ୍ତି । ଯାହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ବିରୋଧୀଙ୍କ ଅଭିଯୋଗ ମୁତାବକ, ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ସେମାନଙ୍କୁ ୩୨ଟି କିଆ କାର୍ଣ୍ଣିଭାଲ୍‌ କାର୍‌ କିଣି ଦେଇଛନ୍ତି । ଆଉ ଗୋଟିଏ କାରର ମୂଲ୍ୟ ପାଖାପାଖି ୨୫ରୁ ୩୦ ଲକ୍ଷ ଟଙ୍କା ହେବ ବୋଲି ସେମାନେ କହିଛନ୍ତି । ରାଜ୍ୟର ଅମଲାମାନଙ୍କୁ ସନ୍ତୁଷ୍ଟ କରିବା ଲାଗି ମୁଖ୍ୟମନ୍ତ୍ରୀ ରାଓଙ୍କର ଏହି ନିଷ୍ପତ୍ତିକୁ ବିଜେପି ‘ଅପରାଧିକ ଅପଚୟ’ ବୋଲି କହିଛି । ଦଳର ମୁଖପାତ୍ର କୃଷ୍ଣ ସାଗର ରାଓ ପଚାରିଛନ୍ତି, ୩୨ଟି କାର୍‌ କିଣିବାକୁ ମୁଖ୍ୟମନ୍ତ୍ରୀ ୧୧ କୋଟିରୁ ଊର୍ଦ୍ଧ୍ବ ଅର୍ଥ ବ୍ୟୟ କରିବାକୁ କିଭଳି ଯଥାର୍ଥ ମଣିଲେ କିପରି? କୋଭିଡ୍‌-୧୯ ଚିକିତ୍ସାରେ ଅଭାବରେ ଅନେକ ଗରିବ ଲୋକ ହନ୍ତସନ୍ତ ହେଉଥିବା ବେଳେ ଏଭଳି ବିପଜ୍ଜନକ ସମସ୍ୟା ସମୟରେ ସେ ସର୍ବସାଧାରଣଙ୍କ ଅର୍ଥର ବ୍ୟାପକ ଅପଚୟ କରିବାରେ ବ୍ୟସ୍ତ ଅଛନ୍ତି ।

ରାଜ୍ୟର ଅମଲାମାନଙ୍କୁ ସନ୍ତୁଷ୍ଟ କରିବା ଲାଗି ମୁଖ୍ୟମନ୍ତ୍ରୀ ରାଓଙ୍କର ଏହି ନିଷ୍ପତ୍ତିକୁ ବିଜେପି ‘ଅପରାଧିକ ଅପଚୟ’ ବୋଲି କହିଛି । ଦଳର ମୁଖପାତ୍ର କୃଷ୍ଣ ସାଗର ରାଓ ପଚାରିଛନ୍ତି, ୩୨ ଟି କାର୍‌ କିଣିବାକୁ ମୁଖ୍ୟମନ୍ତ୍ରୀ ୧୧ କୋଟିରୁ ଊର୍ଦ୍ଧ୍ବ ଅର୍ଥ ବ୍ୟୟ କରିବାକୁ କିଭଳି ଯଥାର୍ଥ ମଣିଲେ କିପରି?ତେବେ ମୁଖ୍ୟମନ୍ତ୍ରୀ ନିଜ ବାସଭବନ ‘ପ୍ରଗତି ଭବନ’ଠାରେ ଏହି କାର୍‌ଗୁଡ଼ିକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ସୋମେଶ କୁମାର ଏବଂ ଅନ୍ୟ ସରକାରୀ ଅଧିକାରୀମାନଙ୍କ ଉପସ୍ଥିତିରେ ତେଲେଙ୍ଗାନା ପରିବହନ ମନ୍ତ୍ରୀ ପୁବ୍ବାଦା ଅଜୟ କୁମାର ସେଗୁଡ଼ିକର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ ।

Get real time updates directly on you device, subscribe now.