fbpx

ଭୁଶୁଡ଼ିବ ଡିଏମକେ: ଷ୍ଟାଲିନଙ୍କ ବିରୋଧରେ ଓହ୍ଲାଇଲେ ଆଲାଗିରି

ମଦୁରାଇ, ୪ା୧: ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.କରୁଣାନିଧିଙ୍କ କନିଷ୍ଠ ପୁତ୍ର ତଥା ଦ୍ରାବିଡ଼ ମୁନେତ୍ରା କାଝାଗମ (ଡିଏମକେ)ର ସଭାପତି ଏମକେ ଷ୍ଟାଲିନଙ୍କ ବିରୋଧରେ ଜ୍ୟେଷ୍ଠ ପୁତ୍ର ଆଲାଗିରି ବିଦ୍ରୋହ ଆରମ୍ଭ କରିଛନ୍ତି । ନିକଟରେ ଆଲାଗିରି ଏକ ରୋଡ଼ ଶୋ କରିଥିଲେ । ଏହି ସଭାରେ ସେ ନିଜର କନିଷ୍ଠ ଭ୍ରାତା ଷ୍ଟାଲିନଙ୍କ ବିରୋଧରେ ବିଷୋଦଗାର କରିଥିଲେ ।

ଆଲାଗିରି କହିଛନ୍ତି ଯେ, ତାଙ୍କୁ କାହିଁକି ଡିଏମକେରୁ ବହିଷ୍କାର କରାଗଲା । ସେ କେବେ ପଦ ପଦବୀ ପ୍ରତି ଲାଳାୟିତ ନଥିଲେ । ସେ ଦଳରେ ଜଣେ ସାଧାରଣ କର୍ମୀ ଭାବେ ରହିବାକୁ ଚାହୁଁଥିଲେ । ତାଙ୍କୁ ଷ୍ଟାଲିନ ଧୋକ୍କା ଦେଇଛନ୍ତି । ସେ ଷ୍ଟାଲିନଙ୍କୁ କଦାପି ମୁଖ୍ୟମନ୍ତ୍ରୀ କରାଇ ଦେବେ ନାହିଁ ବୋଲି କହିଥିଲେ ।

Get real time updates directly on you device, subscribe now.