fbpx

ଘୋଷଣା ହେଲା ‘ଦେବରା’ର ନୂଆ ରିଲିଜ୍ ଡେଟ୍; ଏହି ତାରିଖରେ ପ୍ରେକ୍ଷାଳୟକୁ ଆସିବ ଜୁନିୟର ଏନଟିଆରଙ୍କ ଫିଲ୍ମ

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଜୁନିୟର ଏନଟିଆର ଏବଂ ଜାହ୍ନବୀ କପୁର ଆଜିକାଲି ନିଜର ବହୁ ପ୍ରତୀକ୍ଷିତ ଫିଲ୍ମ ଦେବରା ପାର୍ଟ-୧କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଷ୍ଟାରଙ୍କ ଏହି ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ନିକଟରେ ଫିଲ୍ମର ଟିଜର ରିଲିଜ ହୋଇଛି, ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି। ପ୍ରଶଂସକମାନେ ଏବେ ଏହାର ରିଲିଜ୍ କୁ ଅପେକ୍ଷା କରିଛନ୍ତି। ପୂର୍ବରୁ ଏହି ଫିଲ୍ମ ଏପ୍ରିଲ ୫ରେ ରିଲିଜ ହେବାର ଥିଲା। କିନ୍ତୁ ଏହାର ରିଲିଜ୍ ତାରିଖ ଘୁଞ୍ଚାଇ ଦିଆଯାଇଥିଲା। ସେପଟେ ଏବେ ଏହାର ନୂଆ ରିଲିଜ ଡେଟ ସାମ୍ନାକୁ ଆସିଛି।

ଦେବରା ପାର୍ଟ-୧ର ନୂଆ ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଜୁନିୟର ଏନଟିଆର ଏବଂ ନିଜେ ନିର୍ମାତା ମାନେ ସୋସିଆଲ ମିଡିଆ ଜରିଆରେ ଏହି ସୂଚନା ଦେଇଛନ୍ତି । ଅଭିନେତା ତାଙ୍କ ଇନଷ୍ଟାଗ୍ରାମରେ ଫିଲ୍ମର ଏକ ଦମଦାର ପୋଷ୍ଟର ସେୟାର କରିଛନ୍ତି। ଏହି ପୋଷ୍ଟରରେ ଫିଲ୍ମର ନୂଆ ରିଲିଜ ଡେଟ ଲେଖାଯାଇଛି। ଏହା ଅନୁଯାୟୀ ଜୁନିୟର ଏନଟିଆରଙ୍କ ଫିଲ୍ମ ଅକ୍ଟୋବର ୧୦ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି।

ଆପଣଙ୍କୁ କହିରଖୁଛୁ, ଫିଲ୍ମକୁ ସ୍ଥଗିତ ରଖିବାର କାରଣ ମଧ୍ୟ ସାମ୍ନାକୁ ଆସିଥିଲା। ଏକ ଘନିଷ୍ଠ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଫିଲ୍ମରେ ଭିଏଫଏକ୍ସରେ ଭଲ କାମ ହୋଇଥିବାରୁ ଏହାର ତାରିଖ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ- ସୁଟିଂ କୁ ଆଉ ୨୦ ଦିନ ବାକି ଅଛି। ଏହି ସମୟରେ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଆହତ ହୋଇଛନ୍ତି। ଏହା ମଧ୍ୟ ଫିଲ୍ମକୁ ଆଗକୁ ନେବାର ଏକ କାରଣ। ସେ କୌଣସି ମୂଲ୍ୟରେ ଏହି ଫିଲ୍ମ ସହ ଆପୋଷ ବୁଝାମଣା କରିବାକୁ ଚାହାଁନ୍ତି ନାହିଁ। ଏଭଳି ପରିସ୍ଥିତିରେ ଫିଲ୍ମକୁ ଆଗକୁ ନେବା ସେମାନଙ୍କ ର ସଠିକ୍ ନିଷ୍ପତ୍ତି।

 

View this post on Instagram

 

A post shared by Jr NTR (@jrntr)

Get real time updates directly on you device, subscribe now.