fbpx

ରଜତଙ୍କ ସ୍ଥାନରେ ଏଣ୍ଟ୍ରି କରିବେ ଦେବଦତ୍ତ! ପଞ୍ଚମ ଟେଷ୍ଟରେ ହେବ ପଞ୍ଚମ ଖେଳାଳିଙ୍କ ଡେବ୍ୟୁ

ଓଡ଼ିଶା ଭାସ୍କର: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଦମଦାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ୫ଟି ୱିକେଟରେ ଏହି ମ୍ୟାଚ ବିଜୟୀ ହେବା ସହ ସିରିଜ ଉପରେ ମଧ୍ୟ କବଜା କରିଛି ରୋହିତ ସେନା । ତେବେ ଏହି ୪ଟି ଟେଷ୍ଟରେ ଭାରତର ୪ ଜଣ ଖେଳାଳି ଦଳରେ ଡେବ୍ୟୁ କରିଛନ୍ତି । ତେଣୁ ପଞ୍ଚମ ତଥା ଶେଷ ଟେଷ୍ଟରେ ମଧ୍ୟ ଜଣେ ଖେଳାଳିଙ୍କ ଡେବ୍ୟୁ ହୋଇପାରେ ବୋଲି ଅନୁମାନ କରାଯାଉଛି । ଭାରତୀୟ ଦଳରେ ସାମିଲ ଥିବା ବାମହାତୀ ବ୍ୟାଟର ଦେବଦତ୍ତ ପାଡିକଲ ପଞ୍ଚମ ଟେଷ୍ଟରେ ଭାରତ ପକ୍ଷରୁ ଡେବ୍ୟୁ କରିବାର ସୁଯୋଗ ପାଇପାରନ୍ତି ।

Can Devdutt Padikkal Bat In R Ashwin's Absence In Rajkot Test? What Does The ICC Say? | cricket.one - OneCricket

ଭାରତ ପାଇଁ ଇଂଲଣ୍ଡ ବିପକ୍ଷ ୪ଟି ଟେଷ୍ଟରେ ୪ ଜଣ କ୍ରିକେଟର ଡେବ୍ୟୁ କରି ସାରିଛନ୍ତି । ରଜତ ପାଟିଦାର, ସରଫରାଜ ଖାନ୍ ଏବଂ ଧ୍ରୁବ ଜୁରେଲଙ୍କ ପରେ ଆକାଶ ଦୀପ ମଧ୍ୟ ଦଳରେ ଡେବ୍ୟୁ କରିଛନ୍ତି । ତେଣୁ ପଞ୍ଚମ ଟେଷ୍ଟରେ ଭାରତ ପାଇଁ ପଞ୍ଚମ ଖେଳାଳି ଭାବରେ ଦେବଦତ୍ତ ପାଡିକଲ ଡେବ୍ୟୁ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ୩ଟି ଟେଷ୍ଟରେ ରଜତ ପାଟିଦାରଙ୍କ ପ୍ରଦର୍ଶନ କୁବ ନିରାଶଜନକ ରହିଛି । ତେଣୁ ତାଙ୍କ ସ୍ଥାନରେ ଦେବଦତ୍ତ ପାଡିକଲଙ୍କୁ ଦଳରେ ସାମିଲ କରିପାରନ୍ତି ଅଧିନାୟକ ରୋହିତ ଶର୍ମା । ଏହାବ୍ୟତୀତ ଏହି ଟେଷ୍ଟ ସିରିଜ ବର୍ତ୍ତମାନ ଭାରତ ବିଜୟୀ ହୋଇ ସାରିଥିବା ବେଳେ ଏହି ମ୍ୟାଚର ଫଳାଫଳ ଭାରତ ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ । ତେଣୁ ରଜତଙ୍କ ସ୍ଥାନରେ ଦେବଦତ୍ତ ପାଡିକଲଙ୍କୁ ସୁଯୋଗ ଦେବା ପାଇଁ ରୋହିତ ଚିନ୍ତା କରିପାରନ୍ତି ।

ଏହାବ୍ୟତୀତ ଆକାଶଦୀପ ଡେବ୍ୟୁ ମ୍ୟାଚର ପ୍ରଥମ ଇନିଂସରେ ଦମଦାର ବୋଲିଂ କରିଛନ୍ତି । ତେଣୁ ତାଙ୍କର ଆତ୍ମବିଶ୍ୱାସ ବୃଦ୍ଧି କରିବା ପାଇଁ ପଞ୍ଚମ ଟେଷ୍ଟରେ ମଧ୍ୟ ସେ ଦଳରେ ସୁଯୋଗ ପାଇପାରନ୍ତି । ଶେଷ ମ୍ୟାଚରେ ମଧ୍ୟ ଦଳରୁ ବାହାରେ ରହିପାରନ୍ତି ଜଶପ୍ରୀତ ବୁମରାହ । ତାଙ୍କ ସ୍ଥାନରେ ଆକାଶଦୀପଙ୍କୁ ପୁଣି ଏକ ମ୍ୟାଚ ଖେଳିବା ପାଇଁ ସୁଯୋଗ ଦେବାକୁ ଚିନ୍ତା କରିପାରନ୍ତି ରୋହିତ । ଏହି ସିରିଜରେ ଭାରତ ପାଇଁ ୪ ଜଣ ଖେଳାଳି ଡେବ୍ୟୁ କରିଥିବା ବେଳେ ରଜତ ପାଟିଦାରଙ୍କ ବ୍ୟତୀତ ଅନ୍ୟ ସମସ୍ତ ଖେଳାଳି ଦମଦାର ପ୍ରଦର୍ଶନ କରିଛନ୍ତି । ବିଶେଷ କରି ସରଫରାଜ ଏବଂ ଧ୍ରୁବ ଜୁରେଲଙ୍କ ପ୍ରଦର୍ଶନ ବେଶ୍ ପ୍ରଭାବିତ କରିଛି ।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ଅଚାନକ ବିରାଟ କୋହଲି ବାଦ୍ ପଡ଼ିବା ପରେ ରଜତ ପାଟିଦାର ଦଳରେ ସ୍ଥାନ ପାଇଥିଲେ । ଏହାପରେ ପ୍ରଥମ ଟେଷ୍ଟରେ କେ.ଏଲ ରାହୁଲ ମଧ୍ୟ ଆହତ ହୋଇ ଦଳରୁ ବାଦ୍ ପଡ଼ିଥିଲେ । ତେଣୁ ତାଙ୍କ ସ୍ଥାନରେ ଦ୍ୱିତୀୟ ଟେଷ୍ଟରେ ଡେବ୍ୟୁ କରିଥିଲେ ରଜତ ପାଟିଦାର । ଏହାପରେ ତୃତୀୟ ଟେଷ୍ଟରେ ଶ୍ରେୟସ ଏବଂ ରାହୁଲଙ୍କ ସ୍ଥାନରେ ସରଫରାଜ ଏବଂ ଧ୍ରୁବ ଜୁରେଲଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା । ସେହିପରି ଚତୁର୍ଥ ଟେଷ୍ଟରେ ବୁମରାହ ବିଶ୍ରାମ ଯୋଗୁଁ ବାଦ୍ ପଡ଼ିବାରୁ ତାଙ୍କ ଆକାଶ ଦୀପଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିଛି ।

Get real time updates directly on you device, subscribe now.