fbpx
BSKY SKY
BSKY SKY

(Video) ସମ୍ପର୍କର ଡୋର ଭାଙ୍ଗି ପାରିଲାନି ନିଆଁର ତାଣ୍ଡବ; ବର ବେଶରେ ଆସି ଗୋଟିଏ ଶାଢୀରେ ହୀରାମଣିଙ୍କୁ ନେଇଯିବେ ଜୀବନସାଥୀ କରି…

BSKY

ଭଦ୍ରକ: ରାତି ପାହିଲେ ହେବ ବାହାଘର । ବାଣ ରୋଷଣି ନେଇ ଆସିବେ ଜୋଇ ନମ୍ବର ୧ । ବିନା କୌଣସି ଜୌତୁକରେ ଝିଅକୁ ବୋହୁ କରିନେଇ ଚାଲିଯିବେ । ଶ୍ୱଶୁରଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପୁରଣ କରିବେ । କହିଥିଲେ ବାପା ତୁମେ ବ୍ୟସ୍ତ ହୁଅନି । ତୁମ ଝିଅକୁ ମୁଁ ଖଣ୍ଡିଏ ସାଢ଼ି ପିନ୍ଧାଇ ବାହା କରି ଆଣିବି । ଆଉ ତାହା ସତ ହେବାକୁ ଯାଉଛି । ହଁ ଆଜ୍ଞା । ଏମିତି ଜୋଇ ବା କାହା ଭାଗ୍ୟରେ ଥାଏ । ଇଏ ପୁରା ବିବାହ ଫିଲ୍ମ ଭଳି । ବିବାହ ଫିଲ୍ମରେ ଯେମିତି ସାହିଦ କପୁର ଅମ୍ରତା ରାଓଙ୍କୁ ବିନା କୌଣସି ଜୌତୁକରେ ବୋହୁ କରି ଆଣିଥିଲେ । ଠିକ ସେମିତି ଏହି ଯୁବକ ଜଣକ ବାହା ହୋଇ ବୋହୁ କରିନେଇ ଯିବେ । ସେଥିପାଇଁ ତ ଏହି ଜୋଇଁ ପୁଅଙ୍କର ଚର୍ଚ୍ଚା ପୁରା ଏବେ ପୁରା ଓଡ଼ିଶାରେ ଚର୍ଚ୍ଚା ହେଉଛି ।

ଜୋଇଁ ପୁଅଙ୍କର ଗୋଟିଏ କଥା ଆଜି ପୁରା ଓଡ଼ିଶାରେ ଗେହ୍ଲା ପୁଅ କରାଇଦେଇଛି । ହଁ ଆଜ୍ଞା ଝିଅର ବାହାଘର ହୋଇଥାନ୍ତା । ହେଲେ ଲଗ୍ନ ପୂର୍ବରୁ ପୁରା ଘରେ ନିଆଁ ଲାଗିଗଲା । ସବୁ କିଛି ଜଳି ପୋଡ଼ି ପାଉଁଷ ହୋଇଗଲା । ଯାହା ସବୁ କିଣା ହୋଇ ରଖା ହୋଇଥିଲା ସବୁ କିଛି ଜଳିଯାଇଛି । ଟ୍ରଙ୍କ ବାକ୍ସ କଂଶା ବାସନ ସୁନା ଗହଣା ସବୁ କିଛି ଘର ନିଆଁରେ ତରଳି ଯାଇଛି । ଘରେ ଭୋଜି ପାଇଁ ରଖା ହୋଇଥିବା ଚାଉଳ ମଧ୍ୟ ଜଳି ଯାଇଛି । ଆଉ ଏମିତି ସ୍ଥିତିରେ ବାହାଘର କେମିତି କରିବେ ଭାବିକି ଚିନ୍ତାରେ ଥିଲେ ଶ୍ୱଶୁର । ହେଲେ ଠିକ ସମୟରେ ଫୋନ୍ କରିଥିଲେ ଜୋଇଁ ପୁଅ । ଆଉ କହିଥିଲେ କି ବାବା ତୁମେ ବ୍ୟସ୍ତ ହୁଅନି । ମୁଁ ତୁମ ଝିଅକୁ ହିଁ ବାହା ହେବି । ଖଣ୍ଡିଏ ଲୁଗାରେ ବୋହୁ କରି ଆଣିବି । ଆଉ ଏକଥା ଶୁଣିଲା ପରେ ଶ୍ୱଶୁରଙ୍କ ମୁଣ୍ଡରୁ ସବୁ ଚିନ୍ତା କୁଆଡ଼େ ଦୁରେଇ ଯାଏ । ଏମିତି କିଛି ଘଟଣା ଦେଖିବାକୁ ମିଳିଥିଲା ଚାନ୍ଦବାଲି ବ୍ଲକ୍ ଉତୁକୁଡ଼ାରେ ।

ଘର ସହ ସବୁ ସୁନା ଗହଣା ସିନା ପୋଡ଼ି ଗଲା । ହେଲେ ବାହାଘର ଭାଙ୍ଗି ପାରିଲା ନାହିଁ । ଭଗବାନ ଯୋଉଠି ଯୋଡ଼ି କରିଥାନ୍ତି ସେହି ଯୋଡ଼ିକୁ କେହି ମଧ୍ୟ ଭାଙ୍ଗି ପାରିବେ ନାହିଁ । ଯେମିତି ଏହି ସୁନ୍ଦର ଯୋଡ଼ି । ତେବେ ରାତି ପାହିଲେ ବଧୁ ବେଶରେ ସଜେଇ ହୋଇ ବର ଘରକୁ ଚାଲିଯିବେ ଏହି ଯୁବତି ଜଣକ । ଜୋଇଁ ପୁଅ ରୋଷଣି ନେଇ ଆସି ବାହାବେଦୀରେ ବଶି ବାହା ହେବେ । ଏବଂ ନିଜେ ଦେଇଥିବା ସବୁ ପ୍ରତିିଶ୍ରୁତିକୁ ପୁରଣ କରିବେ । ଏବେ ବାପା ମା ଝିଅ ସମସ୍ତେ କହୁଛନ୍ତି ସେ ବହୁତ ଭଲ । ତାଙ୍କ ଭଳି ପୁଅ ଦୁନିଆରେ ନାହାଁନ୍ତି । ଏଭଳି ଖବର ପୁରା ଓଡ଼ିଶାବାସୀଙ୍କ ମନକୁ ଛୁଇଁଛି ।

Get real time updates directly on you device, subscribe now.