ମୁମ୍ବାଇ- ସବୁ କଳ୍ପନା ଜଳ୍ପନାର ଅନ୍ତ । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାବିସ ନେଲେ ଶପଥ । ମୁମ୍ବାଇର ଆଜାଦ ମୈଦାନରେ କେନ୍ଦ୍ର ନେତୃତ୍ୱ, ଆରଏସଏସ ଶୀର୍ଷ ନେତୃତ୍ୱଙ୍କ ଉପସ୍ଥିତିରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀଭାବା ଶପଥ ଗ୍ରହଣ କଲେ ଫଡନାବିସ । ଏଥିସହ ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାୱାର ଓ ଏକନାଥ ସିନ୍ଦେ ମଧ୍ୟ ଶପଥ ପାଠ କରାଇଛନ୍ତି ମହାରାଷ୍ଟ୍ରର ରାଜ୍ୟପାଳ । ଶପଥପାଠ ପରେ ସମସ୍ତେ ଦେବେନ୍ଦ୍ର ତଥା ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି
ପୂର୍ବ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲା ଦେବେନ୍ଦ୍ର ଫଡନାବିସଙ୍କ ମୁଖ୍ୟମନ୍ତ୍ରୀତ୍ବର କାଳ । ଭବ୍ୟ ସମାରୋହରେ ପ୍ରଥମେ ମୁଖ୍ୟମନ୍ତ୍ରୀ ଭାବେ ଫଜନାବିସ ଶପଥ ଗ୍ରହଣ କରିଥିଲେ । ତା ପରେ ଉପମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଦେ ଓ ଅଜିତ ପାଓ୍ବାର ନେଇଥିଲେ ଶପଥ ।ଏହି ବର୍ଣ୍ଣାଢ୍ୟ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ସାହ, ରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ସୀତାରମଣ,, ଯୋଗୀ ଆଦିତ୍ୟନାଥ, ଚନ୍ଦ୍ରବାବୁ ନାଇଡୁ, ନୀତିଶ କୁମାରଙ୍କ ସହ ପ୍ରାୟ ସବୁ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
ନିର୍ବାଚନ ଫଳାଫଳ ନଭେମ୍ବର ୨୩ ତାରିଖରେ ବାହାରିଥିବା ବେଳେ କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ତିନି ସହଯୋଗୀ ଦଳଙ୍କ ଭିତରେ ଚାଲିଥିଲା ଟଣାଓଟରା । କିନ୍ତୁ ବିଜେପି ତଥା ଆରଏସଏସର ପ୍ରଥମ ପସନ୍ଦ ଥିଲେ ଫଡନାବିସ । ତେଣୁ ଦୁଇ ଦିନ ତଳେ ଦେବେନ୍ଦ୍ରଙ୍କ ନା ଘୋଷଣା ହୋଇଥିଲା । ଏହା ପରେ ପୁଣି ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗିଲା କଳ୍ପନା ଜଳ୍ପନା । ଏମିତି କି, ଶେଷ ଯାଏଁ ଏକନାଥ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ କି ନାହିଁ ତାହା ସ୍ପଷ୍ଟ କରିନଥିଲେ ।
ଅନ୍ୟପଟେ ଶପଥଗ୍ରହଣ ଉତ୍ସବପ ପାଇଁ ଶିବସେନା ତରଫରୁ ହୋଇଥିବା ନିମନ୍ତ୍ରଣ କାର୍ଡରେ ଏକନାଥଙ୍କ ନାଁ ନ ଥିଲା । ତେଣୁ ସେ ବିଜେପି ଉପରେ ପ୍ରେସର ପକାଉଥିବା ନେଇ ଜାତୀୟ ଗଣମାଧ୍ୟମ ତଥା ମହାରାଷ୍ଟ୍ର ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । କାରଣ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦରୁ ଓହରି ଯିବା ପରେ ଗୃହ ବିଭାଗ ତାଙ୍କ ହାତରେ ରଖିବାକୁ ଅଡି ବସିଥିଲେ ।
ଏହି ଶପଥଗ୍ରହଣ ଉତ୍ସବ ପାଇଁ ଓଡିଶାର ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡା ତଥା କେଭି ସିଂହ ଦେଓ ମଧ୍ୟ ମୁମ୍ବାଇ ଗସ୍ତ କରିଛନ୍ତି । ବିଶାଳ ଆଜାଦ ମୈଦାନରେ ବହୁ ବରିଷ୍ଠ ଅଧିକାରୀ, ଶିଳ୍ପପତି, ବ୍ୟବସାୟୀ ମଧ୍ୟ ସାମିଲ ହୋଇଛନ୍ତି।