କେନ୍ଦୁଝର: ମା’ ତାରିଣୀଙ୍କୁ ସୁନାମୁକୁଟ ଦାନ କଲେ ଭକ୍ତ । ୫୦ ଲକ୍ଷ ଟଙ୍କାର ସୁନା ମୁକୁଟ ଦାନ କରିଥିବା ସୂଚନା ।
ସୁନ୍ଦରଗଡ଼ ଜିଲ୍ଲାର ବଜରଙ୍ଗ ଅଗ୍ରୱାଲଙ୍କ ପକ୍ଷରୁ ଏହି ଦାନ କରାଯାଇଛି । ସୁନା ମୁକୁଟର ଓଜନ ୪୪୫ ଗ୍ରାମ ୪୭୦ ମିଲିଗ୍ରମ ବୋଲି ଜଣାପଡ଼ିଛି ।
ମା’ଙ୍କ ପାଖରେ ମାନସିକ ରଖିଥିଲେ; ପୂରଣ ହେବା ପରେ ମା’ଙ୍କୁ ମୁକୁଟ ଭେଟି ଦେଇଛନ୍ତି ବଜରଙ୍ଗ ।
ମା’ଙ୍କ ପାଇଁ ବଜରଙ୍ଗଙ୍କ ସମେତ ତାଙ୍କ ଘରଲୋକେ ସମସ୍ତେ ବେଶ୍ ଖୁସି ଥିବା ଜଣାପଡ଼ିଛିି । ମା’ ତାଙ୍କର ସବୁ ଦୁଃଖ ଦୂର କରିବା ସହ ସବୁବେଳେ ତାଙ୍କ ସାଥିରେ ଥିବା ସେ କହିଛନ୍ତି ।