fbpx

ଭସାଣୀରେ ଚାଲିଥିଲା ଡିଜେ ଡ୍ୟାନ୍ସ, ପୋଲିସ ଆସିବାରୁ ଛତ୍ରଭଙ୍ଗ ଦେଲେ ଭକ୍ତ, ରାସ୍ତାରେ ଏକା ରହିଗଲେ ଗଣେଶ

ଭୁବନେଶ୍ବର(ଓଡିଶା ଭାସ୍କର): କିଟିକିଟି ଅନ୍ଧାର ରାତି , ଶୂନଶାନ ରାସ୍ତା । ଅନ୍ଧାର ରାତିରେ ଡାଲା ଗାଡି ଉପରେ ଏକା ବସିଛନ୍ତି ମୂଷିକ ରାଜ ଗଣେଶ । ନାଁ ଭକ୍ତ ଅଛନ୍ତି ନା ଅଛନ୍ତି ଗାଡି ଡ୍ରାଇଭର । କଥାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୁର୍ଣ୍ଣ ସତ୍ୟ । ଭକ୍ତଙ୍କୁ ଜିଡେ ନିଶା କିମିଆ କରିବାରୁ ଗଣେଶଙ୍କୁ ଏକା ଛାଡି ଚାଲିଯାଇଛନ୍ତି । ଏଭଳି ଘଟଣା ଘଟିଛି ଖୋଦ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ । ସମସ୍ତେ ଛାଡି ଚାଲି ଯିବାରୁ ଏକାକି ହନୁମାନ ବେଶରେ ଗଣେଶ ମନ ଦୁଃଖରେ ରାସ୍ତା ଉପରେ ବସିଲା ଭଳି ମନେ ହେଉଛି ।

ସୂଚନା ଅନୁସାରେ, ଏହି ଘଟଣା ତମାଣ୍ଡୋରୁ ସାମ୍ନାକୁ ଆସିଛି । ଧୁମଧାମରେ ବିଘ୍ନରାଜଙ୍କ ପୂଜା କରିଥିଲେ କମିଟି । ତେବେ ବିସର୍ଜନ ସମୟରେ ବାପ୍ପାଙ୍କୁ ବିଦାୟ ଦେବା ପାଇଁ ଡିଜେ ବରାଦ କରିଥିଲେ । ଭସାଣୀ ଉତ୍ସବରେ ଡିଜେ ବାରଣ ସତ୍ତ୍ବେ ମଧ୍ୟ ଡିଜେର ଆୟୋଜନ କରିଥିଲେ । ଡିଜେର ତାଳେତାଳେ ଶୋଭଯାତ୍ରାରେ ସବୁ ନାଚୁଥିଲେ । ହେଲେ କୌଣସି ସୁତ୍ରରୁ ହଠାତ୍ ଖବର ପାଇ ଚଢାଉ କରିଥିଲା ପୋଲିସ । ତେବେ ପୋଲିସ କବଳରୁ ବର୍ତ୍ତିବା ପାଇଁ ଭକ୍ତମାନେ ଛତ୍ରଭଙ୍ଗ ଦେଇଥିଲେ । ହେଲେ ଅନ୍ଧାର ରାତିରେ ଏକା ରହିଯାଇଥିଲେ ଗଣେଶ । ପୂଜା କରିବା ପାଇଁ ଯେଉଁ ଭକ୍ତିରେ ତାଙ୍କୁ ନେଇ ଆସିଥିଲେ, ବିସର୍ଜନ ବେଳେ ସେହି ଭକ୍ତିକୁ ପାଦରେ ଆଡେଇ ଦେଲା ଭଳି ମନେ ହେଉଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.