fbpx
BSKY SKY
BSKY SKY

ଶ୍ରଦ୍ଧାଳୁ କରିପାରିବେ ଚନ୍ଦନ ଯାତ୍ରା ଦର୍ଶନ: କରୋନା ମହାମାରୀ ଯୋଗୁଁ ଦେଖିବାରୁ ବଞ୍ଚିତ ଥିଲେ ଭକ୍ତ

BSKY

ପୁରୀ: ଦୁଇବର୍ଷ ଧରି ଭକ୍ତଶୂନ୍ୟ ଭାବରେ କରାଯାଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ଏବେ ଦେଖିପାରିବେ ଶ୍ରଦ୍ଧାଳୁ । କାରଣ ଚଳିତ ବର୍ଷ ଚନ୍ଦନ ଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ କରିବା ଲାଗି ନିଷ୍ପତ୍ତି ହୋଇଛି । ମଙ୍ଗଳବାର ଛତିଶା ନିଯୋଗ ବୈଠକରେ ନିଆଯାଇଛି ଏହି ନିଷ୍ପତ୍ତି । ତେବେ ଚନ୍ଦନ ଯାତ୍ରା ନୀତି ଶୃଙ୍ଖଳାର ସହ କରିବା ଉପରେ ଆଲୋଚନା କରାଯାଇଛି ।

ସୂଚନାଯୋଗ୍ୟ, ଗତ ଦୁଇ ବର୍ଷ ଧରି କରୋନା ମହାମାରୀ କାରଣରୁ ବିନା ଶ୍ରଦ୍ଧାଳୁରେ ଆୟୋଜିତ ହେଉଛି ଚନ୍ଦନ । ଏପରିକି ମହାପ୍ରଭୁ ଜଗନ୍ନାଥକ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମଧ୍ୟ ଭକ୍ତଶୂନ୍ୟ ଭାବରେ ଆୟୋଜିତ ହେଉଛି । ପ୍ରଶାସନର ଲାଇଭ ଟେଲିକାଷ୍ଟ ବ୍ୟବସ୍ଥା ହୋଇଥିଲେ ମଧ୍ୟ ସେଥିରେ ସନ୍ତୁଷ୍ଟ ନଥିଲେ ଭକ୍ତ ।

ତେବେ ବର୍ତ୍ତମାନ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଚନ୍ଦନ ଯାତ୍ରା ଦେଖିବାକୁ ଦର୍ଶକଙ୍କୁ ଅନୁମତି ମିଳିଛି । ଆଗକୁ ରଥାଯାତ୍ରାରେ ମଧ୍ୟ ଭକ୍ତ ଟାଣିବା ନେଇ ଆଶା କରାଯାଉଛି ।

Get real time updates directly on you device, subscribe now.