fbpx
BSKY SKY
BSKY SKY

ଚାଉଳ ଓ ଗହମ ଯୋଗାଣ ପ୍ରସଙ୍ଗ: ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଲେ କେନ୍ଦ୍ର ସରକାର ଆପଣାଉଛନ୍ତି ଦୋମୁହାଁ ନୀତି

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ସରଗରମ ହେଲା ଚାଉଳ ରାଜନୀତି । ରାଜ୍ୟକୁ ଗହମ ବଦଳରେ ୧୦୦ ପ୍ରତିଶତ ଚାଉଳ ଯୋଗାଇଦେବାକୁ କେନ୍ଦ୍ରକୁ ଚିଠି ଲେଖିଲା ଯୋଗାଣ ବିଭାଗ । ମଙ୍ଗଳବାର ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ପ୍ରସଙ୍ଗରେ ରଖିଛନ୍ତି ପ୍ରତିକ୍ରିୟା ।

ସେ କହିଛନ୍ତି, ଏଠାରେ ଲୋକେ ଭାତ ଖାଉଛନ୍ତି ତେଣୁ ଗହମ ବଦଳରେ ଚାଉଳ ଦିଆଯାଉ । ସେ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି । ଆସାମ, ଗୋଆ, ଆନ୍ଧ୍ର ଓ ତେଲେଙ୍ଗାନା ଭଳି ରାଜ୍ୟକୁ ଶତ ପ୍ରତିଶତ ଚାଉଳ ଦେଉଛନ୍ତି, କିନ୍ତୁ ଓଡ଼ିଶାକୁ ଉପେକ୍ଷା କର।।ଉଛି । ଏଠି ଶତ ପ୍ରତିଶତ ଲୋକେ ଭାତ ଖାଉଛନ୍ତି, ମାତ୍ର କେନ୍ଦ୍ର ସରକାର ଓଡିଶାକୁ ୮୬-୧୪ ପ୍ରତିଶତରେ ଚାଉଳ ଓ ଗହମ ଦେଉଛନ୍ତି । ଅନେକ ସମୟରେ ୧୪ ପ୍ରତିଶତ ଠାରୁ ଅଧିକ ଗହମ ଦେଉଛନ୍ତି । ସେ ଆହୁରି କହିଛନ୍ତି ଓଡ଼ିଶାକୁ ଶତ ପ୍ରତିଶତ ଚାଉଳ କେନ୍ଦ୍ର ସରକାରଙ୍କୁ ପୁଣି ଥରେ ଚିଠି ଲେଖାଯାଇଛି ।

Get real time updates directly on you device, subscribe now.