fbpx
BJD
BJD SKY
BJD SKY

ଯେବେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ ମାହି: ଡ୍ରେସିଙ୍ଗ ରୁମରେ ସମସ୍ତେ ଭାବୁକ, ଧୋନୀ କହିଥିଲେ ଏମିତି କଥା

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନୀ, ଭାରତୀୟ କ୍ରିକେଟ ଜଗତର ନବନିର୍ମାତା । ସେ ଦଳର ନେତୃତ୍ୱ ନେବା ପୂର୍ବରୁ ଭାରତ ଅନ୍ୟ ଦେଶମାନଙ୍କ ତୁଳନାରେ ଖୁବ ପଛରେ ରହିଥିଲା । କିନ୍ତୁ ତାଙ୍କ ନେତୃତ୍ୱରେ ଦଳ ଆଇସିସିର ସମସ୍ତ ଟ୍ରଫି ଜିତିଛି ଟିମ ଇଣ୍ଡିଆ । ୨୦୨୦ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଥିବା ଧୋନୀ ୨୦୧୪ରେ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇ ସାରିଛନ୍ତି । ଭାରତ-ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ମ୍ୟାଚ ଡ୍ର ରହିବା ପରେ ଧୋନୀ ଏହି ନିଷ୍ପତ୍ତି ନେଇଥିଲେ । ତେବେ ସେହି ଦିନର କିଛି ସ୍ମୃତିକୁ ଏବେ ମନେ ପକାଇଛନ୍ତି ଭାରତର ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲ ।

ରିପୋର୍ଟର୍ସ ଏବଂ ବିଶ୍ଳେଷକ ଯେବେ ମ୍ୟାଚକୁ ନେଇ ବର୍ଣ୍ଣନା କରୁଥିଲେ, ଏହି ସମୟରେ ବିସିସିଆଇରୁ ଆସିଥିଲା ଏକ ଇ-ମେଲ । ଟେଷ୍ଟ କ୍ରିକେଟରୁ ଧୋନୀଙ୍କ ରିଟାୟାରମେଣ୍ଟକୁ ନେଇ ବୋର୍ଡରୁ ଆସିଥିଲା ଏହି ମେଲ । ଏହାପରେ ଡ୍ରେସିଙ୍ଗ ରୁମରେ ଏକପ୍ରକାର ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା । ସମସ୍ତେ ନୀରବ, ସୁରେଶ ରାଇନାଙ୍କ ଆଖିରୁ ଝରି ଯାଉତିଲା ଧାର ଧାର ଲୁହ । ମ୍ୟାଚ ପରେ ଅପିସିଆଲ ଅବସର ନେଇଥିଲେ ଧୋନୀ । ତେବେ ଏହା ପୂର୍ବରୁ ଟିମର ନିର୍ଦ୍ଦେଶକ ରବି ଶାସ୍ତ୍ରୀ ଖେଳାଳିମାନଙ୍କୁ ଏ ବିଷୟରେ ଜଣାଇଥିଲେ । ଏ ନେଇ ସମସ୍ତ ଘଟରା ପ୍ରକାଶ କରିଛନ୍ତି ଟିମର ସଦସ୍ୟ ଅକ୍ଷର ପଟେଲ ।

ରବି ଶାସ୍ତ୍ରୀଙ୍କ ଏହି ଘୋଷଣା ପରେ ଟିମର ମାହୋଲ ବଦଳି ଯାଇଥିଲା । ସମସ୍ତେ ଶାନ୍ତ ଥିଲେ ଆଉ ସମସ୍ତଙ୍କ ଆଖରେ ଥିଲା ଲୁହ । ଅକ୍ଷର ଏକ ଅଲଗା ଦୁନିଆରେ ଥିଲେ ବୋଲି କହିଛନ୍ତି । ଡ୍ରେସିଂ ରୁମରେ କଣ ଚାଲିଛି ସେ କିଛି ବୁଝି ପାରି ନଥିଲେ । କିଛି କହିବା ପୂର୍ବରୁ ଧୋନୀ ତାଙ୍କୁ କହିଥିଲେ, “ବାପୁ ତୁମ ଆୟେ ଔର ମୁଝେ ଜାନେ ଦିୟା?” । ସେଦିନ ପ୍ରଥମ ଥର ପାଇଁ ଧୋନୀ ଭାଇଙ୍କ ସହ ଭେଟ ହୋଇଥିଲା । କିନ୍ତୁ ପ୍ରଥମ ଦେଖା ହିଁ ଟେଷ୍ଟ କ୍ରିକେଟରେ ଶେଷ ଦେଖା ହୋଇଥିଲା ବୋଲି ଅକ୍ଷର କହିଛନ୍ତି ।

Get real time updates directly on you device, subscribe now.