fbpx

ବାଙ୍ଗାଲୋରକୁ ମିଳିଲା ବିଶାଳ ଲକ୍ଷ୍ୟ : ଉତ୍ଥାପା ଏବଂ ଶିବମ ଦୁବେଙ୍କ ଆଗରେ ଧରାଶାୟୀ ହେଲେ ବୋଲର

ମୁମ୍ବାଇ: ଟସ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ବାଙ୍ଗାଲୋର ଅଧିନାୟକଙ୍କୁ ନେବା ମହଙ୍ଗା ପଡିଯାଇଛି । ଦଳକୁ ମିଳିଛଇ ୨୧୭ ରନର ଏକ ବିଶାଳକାୟ ଲକ୍ଷ୍ୟ । ଚେନ୍ନାଇ ତରଫରୁ ଶିବମ ଦୁବେଙ୍କ ୯୫ ଏବଂ ରବିନ ଉତ୍ଥାପାଙ୍କ ୮୮ ରନର ପାଳି ଚେନ୍ନାଇକୁ ଆଜି ଆତ୍ମବିଶ୍ୱାସ ଫେରାଇ ଆଣିଛି । ତେବେ ଆଜରି ଏହି ମ୍ୟାଚରେ ବିଜୟର ଏକ ଆଶା ସଞ୍ଚାର କରିଛି ସିଏସକେ । ଦଳ ସିଜନର ପ୍ରଥମ ବିଜୟ ହାସଲ କରିବ ବୋଲି ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି ।

ଦଳ ତରଫରୁ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲେ ଋତୁରାଜ ଗାଏକ୍ୱାଡ ଏବଂ ରବିନ ଉତ୍ଥାପା । ପୂର୍ବ ମ୍ୟାଚ ପରି ଋତୁରାଜ ମାତ୍ର ୧୭ ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ମୋଇନ ଅଲୀ ମଧ୍ୟ ମାତ୍ର ୩ ରନ ହିଁ କରି ଆଉଟ ହେବାରୁ ଶିବମ ଦୁବେ ପଡିଆକୁ ଆସିଥିଲେ । ଏହାପରେ ପଡିଆରେ ଆରମ୍ଭ ହୋଇଥିଲା ଦ ସୁପର କିଙ୍ଗସ ଶୋ’ । ରବିନ ଉତ୍ଥାପା ଏବଂ ଶିବମ ଦୁବେଙ୍କ ବିସ୍ଫୋରକ ଶଟ ଆଗରେ ଜଣକ ପରେ ଜଣେ ବୋଲର ଧରାଶାୟୀ ହୋଇ ଯାଇଥିଲେ । ବୋଲରମାନଙ୍କ କ୍ୟାରିୟର ପାଇଁ ଉଭୟ ଖେଳାଳି ସାଜିଥିଲେ କଳାବାଦଲ । ରବିନ ଉତ୍ଥାପା ୫୦ ବଲରୁ ୯ ଛକା ଏବଂ ୪ ଚୌକା ସହ ୮୮ ରନ କରିଥିବା ବେଳେ ଶିବମ ଦୁବେ ୪୬ ବଲ କେଳି ୯୫ ରନର ଏକ ପାହାଡ ଭଳି ସ୍କୋର କରିଛନ୍ତି । ତାଙ୍କର ଏହି ପାରିରେ ସାମିଲ ରହିଛି ୮ଟି ଛକା ଏବଂ ୫ ଚୌକା । ଉଭୟ ଯେତିକି ସମୟ ମଇଦାନରେ କେବଳ ଛକା ଏବଂ ଚୌକାର ବର୍ଷା କରିଥିଲେ ଏହି ଦୁଇ ସୁପର କିଙ୍ଗସ । ଫଳରେ ଇନିଂସ ଶେଷ ସୁଦ୍ଧା ୪ ୱିକେଟ ହରାଇ ୨୧୬ ରନ ସଂଗ୍ରହ କରିଛି । ତେବେ ମ୍ୟାଚରେ ବିଜୟ ପାଇଁ ବାଙ୍ଗାଲୋରକୁ ୨୧୭ ରନର ବିଶାଳ ଲକ୍ଷ୍ୟ ଦେଇଛି ଚେନ୍ନାଇ ।

ବାଙ୍ଗାଲୋରର ସମସ୍ତ ବୋଲର ବେଶ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ପେସ ବୋଲର ଆକାଶଦୀପ ସବୁଠୁ ମହଭ୍ଗା ୪ ଓଭର ବୋଲିଂ କରି ୫୮ ରନ ବ୍ୟୟ କରିଥିବା ବେଳେ ୱାନିନ୍ଦୁ ହସାରାଙ୍ଗା ମଧ୍ୟ ୩ ଓଭରରେ ୩୫ ରନ ଦେଇଛନ୍ତି । ସେହିଭଳି ଅନ୍ୟ ବୋଲରମାନେ ମଧ୍ୟ ଉତ୍ଥାପା ଏବଂ ଶିବମଙ୍କ ଆଗରେ ନିରସ୍ତ୍ର ପାଲଟିଯାଥିଲେ । ତେବେ ହସରଙ୍ଗା ୨ଟି ୱିକେଟ ଅକ୍ତିଆର କରିଥିବା ବେଳେ ହାଜଲଉଡ ଗୋଟିଏ ୱିକେଟ ହାସଲ କରିଛନ୍ତି ।

Get real time updates directly on you device, subscribe now.