fbpx

ଏପ୍ରିଲ ୧୮ ରୁ ଶିକ୍ଷାନୁଷ୍ଠାନରେ ବାୟୋମେଟ୍ରିକ ଉପସ୍ଥାନ: କରୋନା ସଂକ୍ରମଣ ହ୍ରାସ ପରେ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ଯୋଗୁଁ ଶିକ୍ଷାନଷ୍ଠାନଗୁଡ଼ିକରେ ବନ୍ଦ ରହିଥିବା ବାୟୋମେଟ୍ରିକ ଉପସ୍ଥାନକୁ ପୁନଃ କାର୍ଯ୍ୟକାରୀ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି ।

ଚଳିତ ଏପ୍ରିଲ ୧୮ ରୁ ସବୁ ଉଚ୍ଚଶିକ୍ଷାନୁଷ୍ଠାନରେ ବାୟୋମେଟ୍ରିକ ଉପସ୍ଥାନ ଆରମ୍ଭ ହେବାକୁ ଯାଉଛି । ଏନେଇ ସବୁ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ । କରୋନା ପାଇଁ ଜାନୁଆରୀ ୭ରୁ ବନ୍ଦ ଥିଲା ବାୟୋମେଟ୍ରିକ ବ୍ୟବସ୍ଥା ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ମାମଲାରେ ହ୍ରାସ ହୋଇଛି । ଦୈନିକ ସଂକ୍ରମଣ ୧୦ ତଳେ ରହିଛି । ଏହା ବ୍ୟତୀତ ଅନେକ କୋଭିଡ କଟକଣାରେ ମଧ୍ୟ ପୂର୍ବରୁ କୋହଳ କରାଯାଇଛି । କେନ୍ଦ୍ର ସରକାର ମଧ୍ୟ ଦେଶରୁ ସମସ୍ତ କୋଭିଡ କଟକଣା ହଟାଇଛନ୍ତି ।

Get real time updates directly on you device, subscribe now.