fbpx

ପେଟ୍ରୋଲ ଏବଂ ଡିଜେଲ ଦରବୃଦ୍ଧିର ପ୍ରଭାବ, ୧୭ ମାସସ ଶିଖରରେ ମୁଦ୍ରାସ୍ଫୀତି

ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୁଲ୍ୟ ବୃଦ୍ଧିର ପ୍ରଭାବ ଭାରତୀୟ ବଜାରରେ ଅନୁଭୁତ ହେଉଛି । ଦିନକୁ ଦିନ ବଢୁଥିବା ପେଟ୍ରାଲ-ଡିଜେଲ ଦର ସହିତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ମୁଲ୍ୟ ବଢି ଚାଲିଛି । ଏକ ସର୍ଭେ ମୁତାବକ ଏବେ ବିଭିନ୍ନ ପନିପରିବା ମୁଲ୍ୟରେ ବୃଦ୍ଧି ଯୋଗୁଁ ଭାରତରେ ପ୍ରାୟ ୮୭ ପ୍ରତିଶତ ପରିବାର ଏହାର ପ୍ରଭାବରେ ପେଶି ହେଉଛନ୍ତି । ଏହି ସର୍ଭେ ମୁତାବକ ଗତ ଏକ ମାସ ମଧ୍ୟରେ ଦେଶର ପ୍ରତି ୧୦ରୁ ୯ ଘରେ ବଢୁଥିବା ପରିବାର ଦରର ପ୍ରଭାବ ପଡୁଛି ।

ବିଭିନ୍ନ ରାଜ୍ୟରେ ନିର୍ବାଚନ ପରେ ପେଟ୍ରୋଲ-ଡିଜେଲର, ଇନ୍ଧନ ଗ୍ୟାସ୍, ସିଏନଜିର ମୁଲ୍ୟ ଲଗାତାର ଭାବରେ ବୃଦ୍ଧି ପାଇଛି । ଏହା ପ୍ରଭାବରେ ଖାଦ୍ୟ ପାନିୟଠାରୁ ଆରମ୍ଭ କରି ପୋଷାକ, ଜୋତା, ଚପଲ ଆଦି ସବୁ ମହଙ୍ଗା ହୋଇସାରିଲାଣି । ୨୦୨୨ ମାର୍ଚ୍ଚ ୧୭ ସୁଦ୍ଧା ଖୁଚୁରା ମୁଲ୍ୟରେ ବୃଦ୍ଧି ପାଇ ସର୍ବୋଚ୍ଚ ସ୍ତରରେ ପହଁଞ୍ଚିଛି । ଏଥି ସହିତ ଲଗାତାର ତିନି ମାସ ଧରି ଖୁଚୁରା ଦରବୃଦ୍ଧି ୬ ପ୍ରତିଶତ ଉପରେ ରହିଛି ।

ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କ ୨୦୨୨-୨୩ ପ୍ରଥମ ତ୍ରୈମାସିକରେ ଖୁଚୁରା ମୁଦ୍ରାସ୍ପୀତି ୬.୩ ପ୍ରତିଶତ ରହିବ ବୋଲି ଆକଳନ କରିଛି । ସେହିଭଳି ଦ୍ୱିତୀୟରେ ୫ ପ୍ରତିଶତ, ତୃତୀୟରେ ୫.୪ ପ୍ରତିଶତ ଏବଂ ଶେଷ ତ୍ରୈମାସିକରେ ୫.୧ ପ୍ରତିଶତ ରହିବ ବୋଲି ଆକଳନ କରିଛି ।

 

Get real time updates directly on you device, subscribe now.