fbpx

ଅମରନାଥରେ ପ୍ରକୃତିର ତାଣ୍ଡବ: ବାବାଙ୍କୁ ଦର୍ଶନ କରିବାକୁ ଆସି ପ୍ରାଣ ହରାଇଲେ ଭକ୍ତ

ପ୍ରକୃତିର ତାଣ୍ଡବ ଆଗରେ ହାର ମାନିଯାଏ ମଣିଷ, ହୋଇଯାଏ ନିରୁପାୟ । ତେବେ ଅମରନାଥ ଗୁମ୍ପା ଆଗରେ ପ୍ରକୃତି ତାର ଉଗ୍ର ରୂପ ଦେଖାଇଛି । ତାର କ୍ଷିପ୍ର ସ୍ରୋତରେ ଭସାଇ ନେଇଛି ଅନେକ ଶ୍ରଦ୍ଧାଳୁଙ୍କୁ । ବାବା ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା ହୋଇଥିଲା । ଫଳରେ ପାହାଡରୁ ଅତଡା ଖସି ୩ ଜଣ ମହିଳାଙ୍କ ସମେତ୧୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛିା

ବାବା ଅମରନାଥ ଗୁମ୍ଫା ନିକଟରେ ହଠାତ ବାଦଲ ଫଟା ବର୍ଷା ହୋଇଥିଲା । ଯାହାଫଳରେ ପାହାଡରୁ ଅତଡା ଖସି ତୀର୍ଥ ଯାତ୍ରୀଙ୍କ ତମ୍ବୁକୁ ଭସାଇ ନେଇଥିଲା । ଆଖିଆଗରେ ପ୍ରକୃତିର ଏଭଳି ତାଣ୍ଡବ ଦେଖି ଥରହର ହୋଇଥିଲେ ଶ୍ରଦ୍ଧାଳୁ । ଜଳର ସ୍ରୋତ ଏତେ ତୀବ୍ରଥିଲା ଯେ କ୍ଷଣିକ ମାତ୍ରେ ଅନେକ ଲୋକ ମାଟି କାଦୁଅରେ ପୋତିହୋଇ ପଡିଥିଲେ । ତୁରନ୍ତ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ୧୬ ଜଣଙ୍କ ମୃତଦେହ ଉଦ୍ଧାର କରାଯିବା ସହ ୪୦ରୁ ଅଧିକ ଆହତଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା । ସତରେ ପ୍ରକୃତିର ଏହି କରାଳ ରୂପରେ ଜନଜୀବନ ଭୟଭୀତ ହୋଇଯାଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଶ୍ରଦ୍ଧାଳୁଙ୍କ ପାଇଁ ଦେବଦୂତ ପାଲଟିଥିଲେ ଭାରତୀୟ ସେନା ଯବାନ । ଥ୍ରୁ ୱାଲ ରାଡାର ସହାୟତରେ ଯବାନମାନେ ୫ ଜଣ ବ୍ୟକ୍ତିଙ୍କୁ କାଦୁଅ ପାଣି ମଧ୍ୟରୁ ଜୀବନ୍ତ ଭାବେ ଉଦ୍ଧାର କରିଥିବା ଜଣାପଡିଛି । ଏହି ରାଡର କମ୍ପନ ମାଧ୍ୟମରେ ମାଟି ତଳର ସ୍ଥିତି ସମ୍ପର୍କରେ ସୂଚନା ଦେଇଥାଏ । ଏବେବି ୪୦ରୁ ଅଧିକ ଯାତ୍ରୀ ନିଖୋଜ ଥିବା ସୂଚନା ରହିଛି । ଉଦ୍ଧାର କାର୍ଯ୍ୟରେ ଭାରତୀୟ ବାୟୁସନା ବି ସାମିଲ ହୋଇଛି ।

Get real time updates directly on you device, subscribe now.