ଡିଜିପି , ଏସପିଙ୍କୁ କରୋନା ଟିକା

ଭୁବନେଶ୍ୱର,୫ ।୨(ଓଡିଶା ଭାସ୍କର): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାଦାନ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାଦାନ କରାଯାଉଥିବା ବେଳେ ଏଣିକି ଡିଜି, ଏସପି, ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ନେବେ କରୋନା ଟିକା । ୬ ତାରିଖରୁ ସମ୍ମୁଖ ଯୋଦ୍ଧାମାନଙ୍କର ଟିକାକରଣ ହେବ । ଲୋକମାନଙ୍କ ମନରେ ଆସ୍ଥା ସୃଷ୍ଟି ପାଇଁ ଅଧିକାରୀମାନେ ଟିକା ନେବେ । ଟିକା ନେବା ପରେ ଅଧିକାରୀ ଫଟୋ ଟ୍ୱିଟ୍ କରିପାରିବେ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଛି । ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ସିଡିଏମଓଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି ।