fbpx

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ପାଇଁ ଡିଜିପିଙ୍କ ସାମ୍ବାଦିକ ସମ୍ମିଳନୀ, ମୁତୟନ ହେବେ ୧୭ ହଜାର ପୋଲିସ ଫୋର୍ସ

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ଏବଂ ରାଜ୍ୟବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଏଥିମଧ୍ୟରେ ନିର୍ବାଚନୀ ପ୍ରସ୍ତୁତି ନେଇ ଡିଜିପି ଅରୁଣ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ୪ଟି ସଂସଦୀୟ କ୍ଷେତ୍ର ଏବଂ ୨୮ଟି ବିଧାନସଭା କ୍ଷେତ୍ର ନେଇ ସୂଚନା ଦେଇଛନ୍ତି ।

ନିର୍ବାଚନ ସୁରୁଖୁରୁରେ ହେବା ପାଇଁ ୧୭ ହଜାର ପୋଲିସ ଫୋର୍ସ ମୁତୟନ ରହିବା ସହ ନିର୍ବାଚନ କମିଶନଙ୍କ ନିଦେ୍ର୍ଦଶାନୁଯାୟୀ ୨୧୦ ଫ୍ଲାଇଂ ସ୍କ୍ୱାଡ୍ ମଧ୍ୟ ନିଯୁକ୍ତ ହେବେ । ୧୦୪ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ଓ ୬୬ ପ୍ଲାଟୁନ SAP ଜଗିବେ ପୋଲିଂ ବୁଥ୍ । ସୀମାବର୍ତ୍ତୀ ଅଞ୍ଚଳରେ ଚେକିଂ କଡ଼ାକଡ଼ି କରାଯାଇଛି । ୯ଟି ଜିଲ୍ଲାକୁ ଲାଗି ୫୧ଟି ଚେକ୍ ପୋଷ୍ଟ ରହଥିବା ବେଳେ । ଆନ୍ଧ୍ର ଓ ଛତିଶଗଡ଼ରେ ଲାଗିଥିବା ଏହି ସବୁ ଚେକପୋଷ୍ଟରେ ସିସିଟିଭି ବ୍ୟବସ୍ଥା ରହିଛି । ଏହା ସହ ୯ଟି ଜିଲ୍ଲାରେ ଇଭିଏମ୍ ଷ୍ଟ୍ରଙ୍ଗରୁମ୍ ବ୍ୟବସ୍ଥା ମଧ୍ୟ ରହିଛି । ଏହା ସହ ମାଓ ପ୍ରବଣ ଅଞ୍ଚଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯିବା ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ଭୋଟ୍ ଶେଷ ହେବା ପରେ ୧୫ଟି ଷ୍ଟ୍ରଙ୍ଗ ରୁମରେ ଇଭିଏମକୁ ସୁରକ୍ଷିତ ରଖାଯିବ । ଗୋଟିଏ ମୋବାଇଲ ପାର୍ଟି ୧୦ରୁ ୧୨ଟି ବୁଥ୍ ବୁଲି ରିପୋର୍ଟ ନେବେ ।

Get real time updates directly on you device, subscribe now.