fbpx

ଧନ ସିଂହ ରାୱତ ହେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

Advertisement

ଡେରାଡୁନ, ୧୦ା୩: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ଧନ ସିଂହ ରାୱତ । କାର୍ଯ୍ୟକାଳ ସମାପ୍ତ ପୂର୍ବରୁ ନିଜ ପଦରୁ ତ୍ରିଭେନ୍ଦ୍ର ସିଂହ ରାୱତ ଇସ୍ତଫା ଦେବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ବିଜେପି ବିଧାୟକ ଧନ ସିଂହ ରାୱତ । ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ କରିବା ପାଇଁ ହାଇକମାଣ୍ଡ ନିର୍ଦ୍ଦେଶ ଦେଇପାରନ୍ତି ବୋଲି କୁହାଯାଉଛି । ଇତିମଧ୍ୟରେ ଧନ ସିଂହ ରାୱତ ହେଲିକପ୍ଟର ଯୋଗେ ଡେରାଡୁନରେ ପହଞ୍ଚିଛନ୍ତି । ସେ ହିଁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ୫୦ ବର୍ଷୀୟ ଧନ ସିଂହ ରାୱତ ଜଣେ ପାୱାରଫୁଲ ନେତା ଭାବେ ଜଣାଶୁଣା । ତେଣୁ ମୁଖ୍ୟମନ୍ତ୍ରୀ ପଦ ଆଶାୟୀଙ୍କ ରେସରେ ସେ ସର୍ବାଗ୍ରେ ରହିଛନ୍ତି ।

Get real time updates directly on you device, subscribe now.