fbpx

ଗୁରୁଦିବସରେ ଗୁରୁ-ଶିଷ୍ୟ ସଂପର୍କକୁ କଳଙ୍କିତ କଲେ ପ୍ରଫେସର, ଛାତ୍ରୀଙ୍କୁ ମାଗିଲେ ଏମିତି ଦକ୍ଷିଣା ଯେ ଥାନାକୁ ଗଲା ମାମଲା

ଧାନବାଦ: ଧାନବାଦରେ ଶିକ୍ଷକ ଦିବସରେ ଏପରି ଏକ ଘଟଣା ଘଟିଯାଇଛି ଯାହାକୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି । ଏହି ଘଟଣା ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ପବିତ୍ର ସଂପର୍କକୁ କଳୁଷିତ କରିଦେଇଛି । ଏହି ମାମଲାରେ ଜଣେ ଗୁରୁ ନାମ ଦାଖଲ କରିବା ଲାଗି ଯେଉଁ ଗୁରୁ ଦକ୍ଷିଣା ମାଗିଛନ୍ତି ତାହାକୁ ନେଇ ସମସ୍ତେ ଏବେ ବାକ୍‌ରୁଦ୍ଧ ହୋଇଯାଇଛନ୍ତି । ଗୁରୁ ନାମ ଦାଖଲ କରିବା ଲାଗି ଛାତ୍ରୀଙ୍କ ଠାରୁ ଗୁରୁ ଦକ୍ଷିଣା ସ୍ୱରୂପ ପ୍ରେମ ଲଡୁ ମାଗିଥିଲେ ।

ଛାତ୍ରୀଜଣକ ମଙ୍ଗଳବାର ଗୁରୁଦିବସ ଦିନ ବି.ଏ ଫାଷ୍ଟ ସେମିଷ୍ଟରରେ ନାଁ ଲେଖାଇବା ପାଇଁ ସିନ୍ଦରୀ କଲେଜରେ ପହଞ୍ଚିଥିଲେ । ଏହି ସମୟରେ ପ୍ରଫେସର ସୁରେନ୍ଦ୍ର ଯାଦବ କଲେଜରେ ନାମାଙ୍କନ ଲାଗି ଛାତ୍ରୀଙ୍କ ଠାରୁ ମିଠା ମାଗିଥିଲେ । ଏହାପରେ ଛାତ୍ରୀଜଣକ ମଧ୍ୟ ତାଙ୍କୁ ମିଠା ଖୁଆଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପ୍ରଫେସର କହିଥିଲେ ବଜାରରେ ମିଳୁଥିବା ମିଠା ସେ ଖାଇବେ ନାହିଁ । ଏହା ତ ସେ ନିଜେ କିଣି ଖାଇପାରିବେ । ଏହାପରେ ଛାତ୍ରୀ ପଚାରିଥିଲେ ଆପଣଙ୍କୁ କେଉଁ ପ୍ରକାର ମିଠା ଆବଶ୍ୟକ? ଏହାପରେ ପ୍ରଫେସର ଉତ୍ତର ଦେଇଥିଲେ ପ୍ରେମର ମିଠା ।

ଛାତ୍ରୀଜଣକ ଘରେ ପହଞ୍ଚି ଏ ବିଷୟରେ ନିଜ ପରିବାର ଲୋକଙ୍କୁ କହିଥିଲେ । ଏହାପରେ ପରିବାର ଲୋକେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାଙ୍କୁ ଏ ବିଷୟରେ କହିଥିଲେ । ଏହାପରେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା କଲେଜରେ ପହଞ୍ଚି ବେଶ୍ ହଙ୍ଗାମା କରିଥିଲେ । ଏହି ମାମଲାକୁ ନେଇ ଛାତ୍ରୀଙ୍କ ପକ୍ଷରୁ ସିନ୍ଦରୀ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

ଅନ୍ୟପକ୍ଷରେ ପ୍ରଫେସର ସୁରେନ୍ଦ୍ର ଯାଦବ ଛାତ୍ରୀଙ୍କ ଅଭିଯୋଗକୁ ନିରାଧାର ବୋଲି କହିଛନ୍ତି । କଲେଜର ପ୍ରିନ୍ସପାଲ କହିଛନ୍ତି ମାମଲାକୁ ନେଇ କଲେଜର ମହିଳା ସେଲ ପକ୍ଷରୁ ଯାଞ୍ଚ କରାଯିବ । ଯାଞ୍ଚ ପରେ ଯିଏ ଦୋଷୀ ପ୍ରମାଣିତ ହେବ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.