fbpx

ଧନତେରାସରେ କିଣନ୍ତୁ ସବୁଠାରୁ ଶସ୍ତା ଏହି ଜିନିଷ, ମା’ ଲକ୍ଷ୍ମୀଙ୍କ ଅଧିକ ପ୍ରିୟ

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ଦିନ ଧନତେରାସ ପର୍ବ ପାଳନ କରାଯାଏ । ପୌରାଣିକ ମାନ୍ୟତା ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନ୍ୱନ୍ତରୀ ଅମୃତ କଳସ ଧରି ପ୍ରକଟ ହୋଇଥିଲେ । ଏହି କାରଣରୁ ଏହି ତିଥିକୁ ଧନତେରାସ ବା ଧନ ତ୍ରୟୋଦଶୀ ନାମରେ ଜଣାଯାଇଥାଏ । ଏହିଦିନ ମୃତ୍ୟୁର ଦେବତା ଯମରାଜାଙ୍କ ଲାଗି ଘର ବାହାରେ ଦୀପ ପ୍ରଜ୍ୱଳନ କରାଯାଏ ।

ଏଥର କାଲି ଅର୍ଥାତ୍ ୧୦ ତାରିଖରେ ପାଳନ କରାଯାଉଛି ଧନତେରାସ । ଏହିଦିନ ମାତା ଲକ୍ଷ୍ମୀ, କୁବେର ଓ ଭଗବାନ ଧନ୍ୱନ୍ତରୀଙ୍କ ପୂଜା ଆରାଧନା କରାଯାଏ । ମାନ୍ୟତା ରହିଛି କି ଏହିଦିନ କିଛି ବିଶେଷ ଜିନିଷ କିଣିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ ଓ ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ ।

ଏହି ଅବସରରେ ଲୋକମାନେ ସୁନା, ରୂପା ଓ ବାସନ କୁସନ କିଣିଥାନ୍ତି । କିନ୍ତୁ ଆପଣ କ’ଣ ଜାଣନ୍ତି କି ଏହିଦିନ ଝାଡୁ କିଣିବା ସବୁଠାରୁ ଶୁଭ ହୋଇଥାଏ ବୋଲି । ସମସ୍ତ ଜିନିଷ ମଧ୍ୟରେ ଝାଡୁ ସବୁଠାରୁ ଶସ୍ତା ହୋଇଥାଏ । କିନ୍ତୁ ଏହି ଝାଡୁରେ ମାତା ଲକ୍ଷ୍ମୀ ବାସ କରନ୍ତି । ଝାଡୁ ଶୁଦ୍ଧତାର ପ୍ରତୀକ ହୋଇଥାଏ । ଏହାର ଉପଯୋଗରେ ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ବାସ କରିଥାଏ । ଧନତେରାସ ଦିନ ମାତା ଲକ୍ଷ୍ମୀ ଓ କୁବେରଙ୍କ ଆଶୀର୍ବାଦ ପାଇବା ପାଇଁ ଝାଡୁର ଉପାସନା କରାଯାଏ ।

Get real time updates directly on you device, subscribe now.