fbpx

ଧର୍ମେନ୍ଦ୍ରଙ୍କୁ ମିଳିଲା କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ଦାୟିତ୍ଵ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ପଦରୁ ବିଏସ ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ମଧ୍ୟରେ ବିଜେପି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ଵ ମିଳିଛି । ମୁଖ୍ୟମନ୍ତ୍ରୀ ପଦକୁ ନେଇ ରାଜ୍ୟରେ ରାଜନୈତିକ ଅସ୍ଥିରତା ଦୂର କରିବାକୁ ଧର୍ମେନ୍ଦ୍ରଙ୍କୁ ଦାୟିତ୍ଵ ମିଳିଛି । ଧର୍ମେନ୍ଦ୍ର ଖୁବ୍ ଶୀଘ୍ର ଅରୁଣ ସିଂହଙ୍କ ସହ ବେଙ୍ଗାଲୁରୁ ଯାତ୍ରା କରିବେ ।

ବର୍ତ୍ତମାନ ବିଏସ ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ନୂତନ ନେତା ଚୟନ କରିବା ପାଇଁ ଦିନେରୁ ଦୁଇ ଦିନ ସମୟ ଲାଗିପାରେ । ସେ ପର୍ଯ୍ୟନ୍ତ ୟେଦ୍ୟୁରପ୍ପା କାମଚଳା ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ବ୍ୟବସ୍ଥା ସମ୍ଭାଳିବେ । ତେବେ ଇସ୍ତଫା ଦେବା ପରେ ବିଏସ ୟେଦ୍ୟୁରପ୍ପା କହିଛନ୍ତି, ସେ ମୁଖ୍ୟମନ୍ତ୍ରୀ ଭାବେ କାହାରି ନାମରେ ସୁପାରିଶ କି ପ୍ରସ୍ତାବ ଦେଇ ନାହାନ୍ତି। ବିଜେପି ହାଇକମାଣ୍ଡଙ୍କ ପକ୍ଷରୁ ଯାହାକୁ ବି ନୂତନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଦିଆଯିବ ଆମେ ତାଙ୍କ ଅଧିନରେ କାମ କରିବୁ। ମୁଁ ନିଜ ତରଫରୁ ୧୦୦ ପ୍ରତିଶତ ଯୋଗଦାନ ଦେବି ଏବଂ ମୋର ସମର୍ଥକ ମଧ୍ୟ ଏମିତି କରିବେ।

Get real time updates directly on you device, subscribe now.