fbpx
BSKY SKY
BSKY SKY

ପେଗାସସ ବିରୋଧରେ ତାତିଲା କଂଗ୍ରେସ; ମାଷ୍ଟରକ୍ୟାଣ୍ଟିନରେ ବିକ୍ଷୋଭ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ରାଜ ରାସ୍ଥାରେ ଜଳିଲା ପ୍ରଧାନମନ୍ତ୍ରୀ ମୋଦୀ ଆଉ ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶ ପଚୁତଳିକା । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଇସ୍ରାଇଲ ଆପ ପେଗାସସ ସ୍ପାଇୱେର କାୟା ବିସ୍ତାରକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭ କରିବା ସହ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତଳିକା ଦାହ କରାଯାଇଛି । କାର୍ୟ୍ୟକ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କେନ୍ଦ୍ରରେ ବିଜେପି ସରକାର ଚଞ୍ଚକତା ପୂର୍ଣ୍ଣ ଭାବେ ପେଗାସସ ସ୍ପାଇୱାର ଆପ ମାଧ୍ୟମରେ ଦେଶର ଅନେକ ସାମ୍ବାଦିକ, ମନ୍ତ୍ରୀ, ସଂସଦ, ଉଦ୍ୟଗପତି ଓ ରାଜନେତା ମାନଙ୍କ ଫୋନ ଟ୍ୟାପିଂ ଏବଂ ଙ୍ଗଷବଗ୍ଧଗ୍ଦବକ୍ଟ୍ରକ୍ଟ୍ର ହାକିଂ କରିଛି ବୋଲି ଅଭିଯୋଗ କରିଛନ୍ତି । କେନ୍ଦ୍ର ସରକାର ଏହା କରି ଅଗଣତନ୍ତ୍ରକୁ କୁତ୍ସିତ କରିବା ସହ ଆମର ମୌଳିକ ନ୍ୟାୟିକ ଅଧିକାରକୁ କ୍ଷୁଣ୍ଣ କରିଛି ବୋଲି ଶ୍ରି ପଟ୍ଟନାୟକ କହିଛନ୍ତି।


ନିକଟ ଅତୀତରେ ଭାରତରେ ନିଜର କାୟା ବିସ୍ତାର କରିଛି ପେଗାସସ। ଯାହାକୁ ନେଇ ବିଭିନ୍ନ ମହଲରେ ଭୟାବହ ପରିସ୍ଥିତି ଦେଖାଦେଇଛି। ଏହାର ବ୍ୟବହାର ଦ୍ଵାରା ଦେଶର ଏକାଧିକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମୋବାଇଲ ଟ୍ୟାପ ହେଉଛି। ଯାହାକୁ କେନ୍ଦ୍ର ସରକାର ପକ୍ଷ୍ୟରୁ ଅସ୍ୱୀକାର କରାଯାଇଛି। ମାତ୍ର ବିରୋଧୀଙ୍କ ପକ୍ଷରୁ ଏହାକୁ ବିରୋଧ କରି ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି। ଏହାକୁ ଭିତିକରି ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାଶଙ୍କ ନେୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ କଳା ପୋଷାକରେ କଂଗ୍ରେସ ଭବନରୁ ରାଲିରେ ବାହାରି ମାଷ୍ଟରକ୍ୟାଂଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିବାସହ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତଳିକା ଦାହ କରିଥିଲେ । ଶ୍ରୀ ଦାଶ କହିଥିଲେ ଯେ ଇସ୍ରାଇଲି କମ୍ପାନୀର ସପ୍ଟୱେର ପେଗାସସ୍ ସ୍ପାଇୱେର ମାଧ୍ୟମରେ କେନ୍ଦ୍ର ସରକାର ନିଜ ସ୍ୱାର୍ଥ ଚରିତାର୍ଥ ପାଇଁ କଲ ଓ ହ୍ୱାଟସ୍‌ଆପ ଟ୍ୟାପିଂ ଆମର ମୌଳିକ ଓ ନାୟିକ ଅଧିକାରକୁ କ୍ଷ୍ୟୁର୍ଣ୍ଣ କରିଛି । ଏହାର ନ୍ୟାୟିକ ତଦନ୍ତ ସବୋର୍ଚ୍ଚ ନ୍ୟାୟଳୟ ତତୋବଧନାରେ କରାଯାଇ ଏହି ଅଗଣତାନ୍ତ୍ରିକ କୁତ୍ସିତ କାର୍ୟ୍ୟରେ ଲିପ୍ତ ସମସ୍ତ ଦୋଷୀଙ୍କୁ ଉଚିତ ଦଣ୍ଡ ଦିଆଯାଉ । ଏହି ପରୀପ୍ରେକ୍ଷୀରେ ଶ୍ରୀ ଦାଶ କହିଥିଲେ ଦେଶର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଅଜାଣତରେ ଏସବୁ ଅସମ୍ଭବ ତେଣୁ ଗୃହମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ । ପ୍ରତେକ୍ଷ କିମ୍ବା ପରୋକ୍ଷରେ ତାଙ୍କର ଏଥିରେ ସଂପୃକ୍ତିକୁ ଏଡ଼ାଇ ହେବ ନାହିଁ । ଏହି କାର୍ୟ୍ୟକ୍ରମକୁ ଜିଲ୍ଲା ଉପସଭାପତି ସୁବ୍ରତ ମହାପାତ୍ର ପରିଚାଳନା କରିଥିଲେ ।

Get real time updates directly on you device, subscribe now.