fbpx

ମୁମ୍ବାଇକୁ ଲାଗିଲା ସିଜନର ସପ୍ତମ ଝଟକା: ପୁରୁଣା ଅନ୍ଦାଜରେ ଆଉ ଏକ ମ୍ୟାଚ ଜିତାଇଲେ ମାହି

ମୁମ୍ବାଇ: ମୁମ୍ବାଇ-ଚେନ୍ନାଇ ବିପକ୍ଷ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ସିଏସକେ । ପୁଣିଥରେ ଏହି ମ୍ୟାଚରେ ଧୋନୀଙ୍କ ପିନିଶର ରୂପ ଦେଖିବାକୁ ମିଳିଛି ଶେଷ ଓଭରରେ ୧୭ ରନ ଆବଶ୍ୟ ଥିବା ବେଳେ ୫ ଟି ବଲରେ ଏହାକୁ ହାସଲ କରି ଦଳକୁ ସିଜନର ଦ୍ୱିତୀୟ ବିଜୟ ଭେଟି ଦେଇଛନ୍ତି । ତେବେ ଏହି ମ୍ୟାଚ ସହ ଚୂିତ ସିଜନର ଲଗାତାର ସପ୍ତମ ପରାଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ ।

IPL 2022: Rohit Sharma urges Mumbai Indians teammates to show desperation and hunger after three losses | Cricket News - Times of India

୧୫୬ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ଚେନ୍ନାଇକୁ ପାଳିର ପ୍ରଥମ ବଲରେ ହିଁ ଝଟକା ଦେଇଥିଲେ ଡାନିଏଲ ସାମ୍ସ । ପୁଣିଥରେ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଛନ୍ତି ଋତୁରାଜ ଗାଏକ୍ୱାଡ । ଏହାପରେ ଏକ ମାଷ୍ଟର ଷ୍ଟ୍ରୋକ ଖେଳିଥିଲେ ଅଧିନାୟକ ଜାଡେଜା । ମିଚେଲ ସାଣ୍ଟନରଙ୍କୁ ୩ ନମ୍ବରରେ ଖେଳାଇବା ଯୋଜନା ମଧ୍ୟ ବିଶେଷ ଫଳପ୍ରଦ ହୋଇନଥିଲା । ମାତ୍ର ୧୧ ରନ କରି ସେ ମଧ୍ୟ ସାମ୍ସଙ୍କ ଶିକାର ହୋଇଥିଲେ । ତେବେ ଏହାପରେ ରବିନ ଉତ୍ଥାପା-ଅମ୍ବାତି ରାୟୁଡୁ ଏକ ବଡ ଭାଗିଦାରୀ କରିବା ଆରମ୍ଭ କରୁଥିଲେ । କିନ୍ତୁ ପୁଣିଥରେ ଡାନିଏଲ ସାମ୍ସ ଆସି ଉତ୍ଥାପାଙ୍କ ୱିକେଟ ନେଇଥିଲେ । ୨୫ ବଲରେ ୨ଟି ଲେଖାଏଁ ଛକା ଏବଂ ଚୌକା ସହ ୩୦ ରନ କରି ପାଭିଲିୟନ ଫେରିଥିଲେ ଉତ୍ଥାପା । ତେବେ ଦଳ ତରଫରୁ ସିଜନରେ ସବୁଠୁ ଅଧିକ ରନ କରିଥିବା ଶିବମ ଦୁବେ ମଧ୍ୟ ଫେଳ ମାରିଥିଲେ । ୧୪ ବଲରେ ୧୩ ରନ କରି ସେ ମଧ୍ୟ ସାମ୍ସଙ୍କ ଶିକାର ହୋଇଯାଇଥିଲେ । ତେବେ ପୂର୍ବ ମ୍ୟାଚ ଗୁଡିକ ଭଳି ଅଧିନାୟକ ଜାଡେଜା ନିଷ୍ଫଳ ହୋଇ ଆଉଟ ହୋଇଥିଲେ । ୮ ବଲରେ ମାତ୍ର ୩ ରନ କରି ମେରେଡିଥଙ୍କୁ ନିଜ ୱିକେଟ ଫିଙ୍ଗିଥିଲେ ଜାଡେଜା ।

IPL 2022, MI vs CSK LIVE Score Updates: Daniel Sams Removes Shivam Dube, Ambati Rayudu, CSK 6 Down In Run-Chase | Cricket News

ଏହାପରେ ଡ୍ୱେନ ପ୍ରିଟୋରିୟସ ପାଳିକୁ ଆଗେଇ ନେବାକୁ ଚେଷ୍ଟା କରିବା ସମୟରେ ଶେଷ ଓଭରର ପ୍ରଥମ ବଲରେ ଉନାଦକଟଙ୍କ ଶିକାର ହୋଇଥିଲେ । ୧୪ ବଲରୁ ଗୋଟିଏ ଛକା ଏବଂ ୨ଟି ଚୌକା ସହ ୨୨ ରନ କରି ଆଉଟ ହୋଇଯାଇଥିଲେ । ଏହାପରେ ପୁଣିଥରେ ଧୋନୀଙ୍କ ପୂର୍ବ ଅବତାର ଦେଖିବାକୁ ମିଳିଛି । ଶେଷ ଓଭରରେ ୧୭ ରନର ଆବଶ୍ୟକତା ଥିବା ବେଳେ ପୁଣିଥରେ ଫିନିଶର ଭାବରେ ଦଳକୁ ବିଜୟ ଭେଟି ଦେଇଛନ୍ତି ମହେନ୍ଦ୍ର ସିଂହ ଧୋନୀ । ୧୩ ବଲରୁ ଗୋଟିଏ ଛକା ଏବଂ ୩ ଚୌକା ମାରି ପୂର୍ବତନ ଅଧିନାୟକ ଦଳକୁ ଦ୍ୱିତୀୟ ବିଜୟ ଦେଇଛନ୍ତି । ଶେଷ ବଲ ପର୍ଯ୍ୟନ୍ତ ମୁମ୍ବାଇ ଏବଂ ଚେନ୍ନାଇ ମଧ୍ୟରେ ଲଢେଇ ଜାରି ରହିଥିବା ବେଳେ ବିଜୟ ମୁକୁଟ ପିନ୍ଧିଛି ଚେନ୍ନାଇ ସୁପର କିଙ୍ଗସ ।

Image

ମୁମ୍ବାଇ ପକ୍ଷରୁ ସବୁଠାରୁ ସଫଳ ବୋଲର ରହିଛନ୍ତି ଡାନିଏଲ ସାମ୍ସ । ୪ ଓଭରରେ ୩୦ ରନ ବ୍ୟୟ କରି ୪ଟି ମୂଲ୍ୟବାନ ୱିକେଟ ହାସଲ କରିଛନ୍ତି ଡାନିଏଲ ସାମ୍ସ । ତାଙ୍କ ବ୍ୟତୀତ ଜୟଦେବ ଉନାଦକଟ ୪୮ ରନ ବ୍ୟୟ କରି ୨ୱିକେଟ ହାସଲ କରିଛନ୍ତି । ରିଲେ ମେରେଡିଥ ୨୫ ରନ ଖର୍ଚ୍ଚ କରି ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି । ତେବେ ହ୍ରିତିକ ଶୋକିନ ଏବଂ ଜଶପ୍ରୀତ ବୁମରାହ ମ୍ୟାଚରେ ୱିକେଟଶୂନ୍ୟ ରହିଛନ୍ତି ।

Get real time updates directly on you device, subscribe now.