fbpx

ଆଇପିଏଲ ମୋଗା ନିଲାମ: ଚେନ୍ନାଇ ସୁପର କିଙ୍ଗସ ପାଇଁ ବଡ ଭୂମିକା ନେବେ ଧୋନି

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସକୁ ୪ ଥର ଆଇପିଏଲ ଟାଇଟଲ ବିଜୟୀ କରାଇ ଥିବା ଅଧିଡ଼ାୟକ ମହେନ୍ଦ୍ର ସିଂ ଧୋନି ଚଳିତ ବର୍ଷର ଆଇପିଏଲ ଖେଳାଳି ନିଲାମ ପ୍ରକ୍ରିୟାରେ ବଡ ଭୂମିକା ନେବେ । କାରଣ ଖେଳାଳି ଚୟନ ରିବା ଉପରେ ଦଳର ମ୍ୟାନେଜମେଣ୍ଟ ଧୋନିଙ୍କ ନିଷ୍ପତ୍ତି ଉପରେ ଅଧିକ ନିର୍ଭରଶୀଳ ହେବ ।କରୋନା କାରଣ ନେଇ ଚେନ୍ନାଇ ସୁପର କିଙ୍ଗସ ୨୦୨୦ ଆଇପିଏଲରେ ଭଲ ପ୍ରଦର୍ଶନ କରି ପାରି ନ ଥିଲା । ଏପରିକି ପ୍ରଥମ ଥର ପାଇଁ ପ୍ଳେ ଅଫ୍‌ ପର୍ଯ୍ୟାୟ ଖେଳିବାରୁ ବଞ୍ଚିତ ହୋଇଥିଲା । କାରଣ କରୋନା ଯୋଗୁ ଦଳର କେତେକ ପ୍ରମୁଖ ଖେଳାଳି ଓହରି ଯାଇଥିବା ବେଳେ ସଂଖ୍ୟାଧିକ ଖେଳାଳି କରୋନାରେ ଆକ୍ରାନ୍ତ ହେବା ବଡ ସମସ୍ୟା ସୃଷ୍ଟି କରିଥିଲା । ମାତ୍ର ଗତ ବର୍ଷ ଦଳକୁ ଅତି ମଜଭୂତ କରାଇବା ସହିତ ପୁଣି ଚାମ୍ପିଅନ ହେବା ସୁଯୋଗ ସୃଷ୍ଟି କରି ପାରିଲା । ତେଣୁ ଚଳିତ ବର୍ଷ ନୂଆ ଦଳ ଗଠନ ହେବା ପାଇଁ ଥିବାରୁ ଧୋନି ବରାବର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।

ଆଇପିଏଲର ନିୟମ ମୁତାବକ ଚେନ୍ନାଇ ସୁପର କିଙ୍ଗସ ଧୋନିଙ୍କ ସହିତ ଇଂଲଣ୍ଡର ଅଲରାଉଣ୍ଡର ତଥା ଗତ ବର୍ଷ ଦଳକୁ ଚାମ୍ପିଅନ କରାଇବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମୋଇନ ଅଲି,ରବିନ୍ଦ୍ର ଜାଡେଜା ଓ ଓପନର ଋତୁରାଜ ଗାଏକ୍ୱାଡଙ୍କୁ ରଖି ଅବଶିଷ୍ଟ ଖେଳାଳିଙ୍କୁ ରିଲିଜ କରିଛି । ତେଣୁ ଦକ୍ଷ ଖେଳାଳିଙ୍କୁ କ୍ରୟ କରିବା ପାଇଁ ଚେନ୍ନାଇ ସୁପର କିଙ୍ଗସ ଲକ୍ଷ୍ୟ ରଖିଥିବା ବେଳେ ଖେଳାଳି ମନୋନୟନ ପାଇଁ ଧୋନି ବଡ ଭୂମିକା ନେବେ । ସୂଚନା ଯୋଗ୍ୟ ଯେ ଧୋନି ବହୁ ଦିନ ପୂର୍ବରୁ ଏଠାରେ ପହଞ୍ଚି ଖେଳାଳି ନିଲାମ ପ୍ରକ୍ରିୟା ସମ୍ପର୍କରେ ଦଳ ମ୍ୟାନେଜମେଣ୍ଟ ସହିତ ବିଚାର ବିମର୍ଷ ଜାରି ରଖିଛନ୍ତି ।

Get real time updates directly on you device, subscribe now.