fbpx

ଡାଇବେଟିସ୍ ରୋଗୀ ନିଶ୍ଚୟ ଖାଆନ୍ତୁ ଏହି ପରିବା, ମିଳିଥାଏ ବହୁତ ଲାଭ

ଡାଇବେଟିସ୍ ରୋଗୀଙ୍କ ପାଇଁ ସବୁଠୁ ଅଧିକ ଆବଶ୍ୟକ ହୋଇଥାଏ ବ୍ଲଡ ସୁଗାର ନିୟନ୍ତ୍ରିତ ରଖିବା । ଏମିତିରେ ଡାଇବେଟିସ୍ ରୋଗୀ ନିଜ ଖାଦ୍ୟପେୟର ଧ୍ୟାନ ରଖିବା ଜରୁରୀ ହୋଇଥାଏ । ଆପଣ ନିଜ ଖାଦ୍ୟରେ ସେହି ସବୁ ଖାଦ୍ୟ ସାମିଲ କରିପାରିବେ ଯେଉଁଥିରେ ଫାଇବର, ଭିଟାମିନ ଏବଂ ମିନେରାଲ୍ସ ଭରପୁର ମାତ୍ରାରେ ରହିଥାଏ । ଯଦି କିଛି ପନିପରିବା କଥା କହିବା ତେବେ କିଛି ଏଭଳି ପରିବା ରହିଛି ଯାହାକି ଡାଇବେଟିସ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ । ଆମେ ଆପଣଙ୍କୁ ସେହିଭଳି କିଛି ପନିପରିବା ବିଷୟରେ କହିବାକୁ ଯାହା ଡାଇବେଟିସ୍ ରୋଗୀଙ୍କ ବେଶ୍ ଉପକାରୀ ହୋଇଥାଏ ।

ବ୍ରୋକୋଲୀ:
ସାଧାରଣତଃ ଏହାକୁ ଲୋକେ ଖାଇବା ପସନ୍ଦ କରନ୍ତି ନାହିଁ । କିନ୍ତୁ ଏହା ଡାଇବେଟିସ ଲୋକଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ । ପ୍ରକୃତରେ ବ୍ରୋକୋଲୀରେ କାର୍ବ୍ରୋହାଇଡ୍ରେଡ ମାତ୍ରା କମ୍ ଥାଏ । ଏହା ସହ ଏଥିରେ ଫାଇବର, ଭିଟାମିନ୍ ସି, ଭିଟାମିନ ଏ ଭରପୁର ମାତ୍ରାରେ ରହିଥାଏ । ଏଥିପାଇଁ ଡାଇବେଟିସ ରୋଗୀଙ୍କୁ ବ୍ରୋକୋଲୀ ଖାଇବା ଦରକାର । ବ୍ରୋକୋଲୀକୁ ସିଝାଇ ସାଲାଡ୍ କିମ୍ବା ସୁପ୍ ଆଦିରେ ଖାଆନ୍ତୁ । ଏହାକୁ ଅନ୍ୟ ଉପାୟରେ ମଧ୍ୟ ଖାଇପାରିବେ ।

କାକୁଡ଼ି:
କାକୁଡ଼ି ଭିଟାମିନ ସି ର ଏକ ଉକ୍ରୃଷ୍ଟ ଉତ୍ସ । ଏଥିରେ କାର୍ବୋହାଇଡ୍ରେଡର ମାତ୍ରା ଯଥେଷ୍ଟ କମ୍ ରହିଥାଏ । ଯାହା ଡାଇବେଟିସ ରୋଗୀଙ୍କ ପାଇଁ ଏକ ଉତ୍ତମ ଖାଦ୍ୟ । ଏହାସହ ଶରୀରରେ ପାଣିର ମାତ୍ରାକୁ ବଢ଼ାଇଥାଏ ଯାହା ପାଚନ ତନ୍ତ୍ରକୁ ଠିକ୍ ରେ କାମ କରିବାରେ ସାହାଯ୍ୟ କରିଥାଏ ।

ଶାଗ:
ଡାଇବେଟିସ ରୋଗୀ ଶାଗ ଖାଇବା ଲାଭଦାୟକ ହୋଇଥାଏ । ଏଥିରେ କାର୍ବୋହାଇଡ୍ରେଡର ମାତ୍ରା କମ୍ ରହିବା ସହ ଏଥିରେ ମିନେରାଲ୍ସ ମଧ୍ୟ ଭରପୁର ରହିଥାଏ, ଯାହା ଡାଇବେଟିସ୍ ରୋଗୀଙ୍କ ପାଇଁ ଉପାଦେୟ । ଶାଗରେ ଭିଟା କେରୋଟିନ୍ ଏବଂ ଭିଟାମିନ୍ ରହିଥାଏ ଯାହା ବ୍ଲଡ ସୁଗାର କଣ୍ଟ୍ରୋଲ କରିବାରେ ସହାୟକ ହୋଇଥାଏ ।

Get real time updates directly on you device, subscribe now.