fbpx

ଡାକ୍ତରଙ୍କୁ RSS ଏଜେଣ୍ଟ କହିଲେ ଅଖିଳେଶ: ଜାଣନ୍ତୁ ଭାଇରାଲ ଭିଡିଓ ପଛର ସତ୍ୟତା

ନୂଆଦିଲ୍ଲୀ: ନିକଟରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓରେ ଅଖିଳେଶ ଜଣେ ଡାକ୍ତରଙ୍କୁ ବିଜେପି ଓ ଆରଏସଏସ ଏଜେଣ୍ଟ ବୋଲି କହୁଥିବା ଶୁଣିବାକୁ ମିଳିଥିଲା । ତେବେ ବର୍ତ୍ତମାନ ଏହି ଭାଇରାଲ ଭିଡିଓର ସତ୍ୟତା ସାମ୍ନାକୁ ଆସିଛି । ଏହା ସହିତ ସମ୍ପୂର୍ଣ୍ଣ ଭିଡିଓଟି ମଧ୍ୟ ସାମ୍ନାକୁ ଆସିଛି । ଭିଡିଓଟି ଜାନୁୟାରୀ ୧୪ ତାରିଖରେ ଶୁଟିଂ କରାଯାଇଥିଲା ।

କନୌଜରେ ହୋଇଥିବା ଦୁର୍ଘଟଣା ସମ୍ପର୍କରେ ଅନୁଧ୍ୟାନ ପାଇଁ ଅଖିଳେଶ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ଛିବ୍ରାମୁରେ ରହିଥିବା ଏହି ହସ୍ପିଟାଲରେ ଏମର୍ଜେନ୍ସି ମେଡିକାଲ ଅଫିସରଙ୍କୁ ଅଖିଳେଶ ଏଭଳି କହିଥିଲେ । ତେବେ ଦେଖିବାକୁ ମିଳିଥିବା ସମ୍ପୂର୍ଣ୍ଣ ଭିଡିଓରେ ଅଖିଳେଶ ଆହତଙ୍କୁ କିଛି ପ୍ରଶ୍ନ ପଚାରୁଥିବା ବେଳେ ଏମର୍ଜେନ୍ସି ମେଡିକାଲ ଅଫିସର ଉପରେ ପଡି ଏହାର ଉତ୍ତର ଦେଇଥିଲେ । ଏଥିରେ ବିରକ୍ତ ହୋଇ ଅଖିଳେଶ କହିଥିଲେ, ଆପଣ ସରକାରଙ୍କ ପକ୍ଷ ରଖିବାକୁ ପ୍ରୟାସ କରନ୍ତୁ ନାହିଁ । ଆପଣ ସରକାରୀ କର୍ମଚାରୀ ମାତ୍ର ଆପଣ ବିଜେପି କିମ୍ବା ଆରଏସଏସ ଏଜେଣ୍ଟ ଭଳି କାମ କରୁଛନ୍ତି ବୋଲି ଅଖିଳେଶ କହିଥିଲେ । ଏହା ସହିତ ଉକ୍ତ ରୁମରୁ ବାହାରି ଯିବା ପାଇଁ ମଧ୍ୟ ଅଖିଳେଶ କହିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ସେ ବ୍ରାହ୍ମଣ ବୋଲି ଅଖିଳେଶ ତାଙ୍କୁ ଏପରି କହିଥିବା ନେଇ ମତ ରଖିଥିଲେ ଡାକ୍ତର ।

Get real time updates directly on you device, subscribe now.