fbpx

Ball Tampering କରିଥିଲେ ହାରିସ ରୌଫ? ଆମେରିକା ପାଇଁ ହୀନ ଚକ୍ରାନ୍ତ କରିଥିଲା ପାକିସ୍ତାନ!

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଦେଖିବାକୁ ମିଳିଛି ଏକ ବଡ଼ ଆଶ୍ଚର୍ଯ୍ୟଜନକ ଖବର । ସୁପର ଓଭର ମ୍ୟାଚରେ ପାକିସ୍ତାନକୁ ମାତ୍ ଦେଇଛି ଆମେରିକା । ଆମେରିକା ବର୍ତ୍ତମାନ ସୁଦ୍ଧା କ୍ରିକେଟରେ ବଡ଼ ପରିଚୟ ସୃଷ୍ଟି କରିବାରେ ବିଫଳ ରହିଛି । ଏହାପରେ ମଧ୍ୟ ପାକିସ୍ତାନ ଆମେରିକା ବିପକ୍ଷରେ ବିଜୟ ହାସଲ କରିବା ପାଇଁ ସଂଘର୍ଷ କରି ଫେଲ ମାରିଛି । କଡ଼ା ସଂଘର୍ଷ ପରେ ମଧ୍ୟ ପାକିସ୍ତାନ ଏହି ମ୍ୟାଚରେ ବିଜୟରୁ ଦୂରରେ ରହିଯାଇଛି । ତେବେ ଆମେରିକା ବିପକ୍ଷ ଏହି ମ୍ୟାଚ ଜିତିବା ପାଇଁ ପାକିସ୍ତାନର ହୀନ ଚକ୍ରାନ୍ତ ସାମନାକୁ ଆସିଛି । ଷ୍ଟାର ବୋଲର ହାରିସ ରୌଫଙ୍କ ବିପକ୍ଷରେ ବଲ ଟାମ୍ପରିଙ୍ଗ କରିବାର ଅଭିଯୋଗ ହୋଇଛି ।

ଜୁନ୍ ୬ ତାରିଖରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ମ୍ୟାଚରେ ଆମେରିକା ବିଜୟୀ ହୋଇଛି । କିନ୍ତୁ ପାକିସ୍ତାନର ଷ୍ଟାର ବୋଲର ହାରିସ ରୌଫଙ୍କ ବିପକ୍ଷରେ ଏହି ମ୍ୟାଚରେ ବଲ ଟାମ୍ପରିଙ୍ଗ କରିଥିବା ଅଭିଯୋଗ ହୋଇଛି । ଆମରେିକାର ସିନିୟର କ୍ରିକେଟର ରଷ୍ଟି ଥେରନ ସୋସିଆଲ ମିଡିଆ ଏ ନେଇ ଅଭିଯୋଗ ଆଣିଛନ୍ତି । ୨ ଓଭର ପୂର୍ବରୁ ଆସିଥିବା ନୂଆ ବଲରେ କିପରି ରିଭର୍ସ ସ୍ୱିଙ୍ଗ ହେଉଥିଲା, ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଥେରନ୍ । ସେ ଟ୍ୱିଟରେ ଲେଖିଛନ୍ତି ଯେ, ମ୍ୟାଚରେ ହାରିସ ରୌଫ ଆଙ୍ଗଠି ନଖରେ ବଲକୁ ଘସୁଥିବା ଏବଂ ଏହାକୁ ଟାମ୍ପରିଙ୍ଗ କରୁଥିବା ସେ ଅଭିଯୋଗ କରିଛନ୍ତି । ଥେରନଙ୍କ ଏହି ଟ୍ୱିଟର ପୋଷ୍ଟ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ବିଶ୍ୱକପରେ ଏଭଳି ହୀନ ଚକ୍ରାନ୍ତକୁ ବିଭିନ୍ନ ମହଲରେ ନିନ୍ଦା ମଧ୍ୟ କରାଯାଉଛି ।

ତେବେ ଏହି ମାମଲା ଆଗକୁ ଗଲେ ଏକ ବଡ଼ ବିପଦରେ ଫସି ପାରନ୍ତି ଷ୍ଟାର ବୋଲର ହାରିସ ରୌଫ । ଏହାସହିତ ଏହି ମାମଲାକୁ ନେଇ ଆଇସିସି ମଧ୍ୟ ଯାଞ୍ଚ କରିପାରେ ବୋଲି କୁହାଯାଉଛି । ରଷ୍ଟି ଥେରନଙ୍କ ଅଭିଯୋଗ ଯଦୁ ସତ ହୋଇଥାଏ, କିମ୍ବା ହାରିସ ପ୍ରକୃତରେ ବଲ ଟାମ୍ପରିଙ୍ଗ କରିଥାନ୍ତି, ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇପାରେ କମିଟି । ତେବେ ଏହି ମ୍ୟାଚରେ ଉଭୟ ଦଳ ସମାନ ସ୍କୋର କରିଥିବା ବେଳେ ଏହାର ଫଳାଫଳ ପାଇଁ ସୁପର ଓଭର ଖେଳା ଯାଇଥିଲା । ଏହି ଓଭରରେ ମହମ୍ମଦ ଆମିରଙ୍କ ଓଭରରୁ ଆମେରିକା ୧୮ ଓଭର ସଂଗ୍ରହ କରିଥିଲା । କିନ୍ତୁ ଜବାବରେ ସୁପର ଓଭରରେ ମାତ୍ର ୧୩ ରନ୍ ବ୍ୟୟ କରି ଏହି ମ୍ୟାଚରେ ବାଜି ମାରି ନେଇଛି ଆୟେଜକ ଟିମ୍ ଆମେରିକା ।

Get real time updates directly on you device, subscribe now.