fbpx

ଭେଗାନ ଫୁଡ୍ ଖାଇବା ଲାଗି କରୁଥିଲେ ପ୍ରଚାର, ୧୦ ବର୍ଷ ହେବ ରନ୍ଧା ଖାଦ୍ୟ ନ ଖାଇ ଶେଷରେ ନିଜେ ହେଲେ ମୃତ୍ୟୁର ଶିକାର

Advertisement

ମସ୍କୋ: ଆଜିକାଲି ଲୋକମାନେ ଫିଟ୍ ରହିବା ଲାଗି ଭେଗାନ ଡାଏଟ୍ ର ଖୁବ୍ ପ୍ରୟୋଗ କରୁଛନ୍ତି । ତେବେ ଆମ ସମସ୍ତଙ୍କୁ ଫିଟ୍ ରହିବା ଲାଗି କିଛି ଖାସ୍ ଖାଦ୍ୟପଦାର୍ଥର ଆବଶ୍ୟକତା ରହିଛି । କିନ୍ତୁ ସେହି ଖାସ୍ ଖାଦ୍ୟପଦାର୍ଥ ଠାରୁ ଆମେ ଯଦି ଦୂରେଇ ରହିବା ତେବେ ଫିଟ୍ ରହିବା ପରିବର୍ତ୍ତେ ଆମେ ଦିନକୁ ଦିନ ଦୂର୍ବଳ ହୋଇଯିବା ଓ ଶେଷରେ ମୃତ୍ୟୁମୁଖରେ ପଡିବା । ଏଇ ଯେପରି ଦୀର୍ଘ ୧୦ ବର୍ଷ ଧରି କଞ୍ଚା ପନିପରିବା ଖାଇ ବଞ୍ଚୁଥିବା ଫୁଡ୍ ଇନଫ୍ଲୁଏସର ଝାନା ସାମସୋନଭାଙ୍କର ମାତ୍ର ୩୯ ବର୍ଷରେ ମୃତ୍ୟୁ ହୋଇଯାଇଛି । ସୋସିଆଲ ମିଡିଆରେ ସେ ବହୁତ ଲୋକପ୍ରିୟ ଥିଲେ । ବହୁ ସଂଖ୍ୟାରେ ଲୋକମାନେ ତାଙ୍କୁ ଫଲୋ କରୁଥିଲେ ।

ଦୀର୍ଘ ୧୦ ବର୍ଷ ହେବ ଝାନା କୌଣସି ପ୍ରକାର ରନ୍ଧା ଖାଦ୍ୟ ଖାଇ ନ ଥିଲେ । ସେ କେବଳ କଞ୍ଚା ପନିପରିବା ଓ ଫଳମୂଳ ଖାଉଥିଲେ । ରୁଷରେ ରହୁଥିବା ଝାନା ସୋସିଆଲ ମିଡିଆରେ ବି କଞ୍ଚା ଭୋଜନ ଖାଇବାକୁ ପ୍ରୋତ୍ସାହିତ କରୁଥିଲେ । ତେବେ ଡାକ୍ତର କହିଛନ୍ତି ଭୋକରେ ତାଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂତ୍ରରୁ ଜଣାପଡିଛି ଝାନା ଡି ଆର୍ଟ ନାମରେ ସୋସିଆଲ ମିଡିଆରେ ଜଣେ ଫେମସ୍ ଭେଗାନ ଇନଫ୍ଲୁଏନ୍ସର ଥିଲେ । ସେ ଦକ୍ଷିଣ ପୂର୍ବ ଏସିଆର ବିଭିନ୍ନ ଅଞ୍ଚଳ ଯାତ୍ରା କରି ଲୋକଙ୍କୁ ଭେଗାନ ହେବାକୁ ପ୍ରୋତ୍ସାହିତ କରୁଥିଲେ । ଏହି ଯାତ୍ରା ସମୟରେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଏହାପରେ ତାଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଗତ ୧୦ ବର୍ଷ ଧରି ସେ କେବଳ କଞ୍ଚା ଖାଦ୍ୟ ହିଁ ଖାଇ ଆସୁଥିଲେ । ତାଙ୍କର ଜଣେ ବନ୍ଧୁ କହିଛନ୍ତି କିଛି ମାସ ତଳେ ଶ୍ରୀଲଙ୍କା ଯାତ୍ରା ସମୟରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା । ତାଙ୍କର ପାଦ ଫୁଲି ଯାଇଥିଲା । ଏହାପରେ ସେ ଚିକିତ୍ସିତ ହେବା ଲାଗି ଘରକୁ ପଳାଇ ଯାଇଥିଲେ । କିନ୍ତୁ ସେ କିଛିଦିନ ପରେ ପୁଣି ଆସି ପ୍ରଚାର ଅଭିଯାନରେ ଲାଗି ପଡିଥିଲେ । ଏହାର କିଛିଦିନ ପରେ ତାଙ୍କ ଅବସ୍ଥା ପୁରା ଖରାପ ହୋଇ ଯାଇଥିଲା ।

ଝାନାଙ୍କ ମା’ କହିଛନ୍ତି ସଂପୂର୍ଣ୍ଣ ଭାବରେ କଞ୍ଚା ଖାଦ୍ୟ ଖାଇବା ଦ୍ୱାରା ଝାନା କଲେରା ପରି ଏକ ସଂକ୍ରମଣର ଶିକାର ହୋଇଥିଲା ଓ ପରବର୍ତ୍ତୀ ସମୟରେ ମୃତ୍ୟୁ ମୁଖରେ ପଡିଥିଲା । ଅନ୍ୟ ପକ୍ଷରେ ତାଙ୍କର ଏକ ବନ୍ଧୁ କହିଛନ୍ତି କିଛି ବର୍ଷ ଧରି ସେ ମଦ ଓ ମାଂସ ପରି ଏକ ଭୀଷଣ ଦୂର୍ଗନ୍ଧଯୁକ୍ତ ଫଳ ଖାଇ ଆସୁଥିଲା ଯାହା ତାର ମୃତ୍ୟୁର କାରଣ ହୋଇଥାଇପାରେ ।

Get real time updates directly on you device, subscribe now.