fbpx

କେମିତି କରୋନା ପଜିଟିଭ୍  ହେଲେ ଋଷଭ ପନ୍ତ ? ସାମ୍ନାକୁ ଆସିଲା ବଡ କାରଣ

Advertisement

ନୂଆଦିଲ୍ଲୀ : ଭାରତୀୟ ଦଳର ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଅନେକ କଳ୍ପନା କଳ୍ପନା ଲାଗି ରହିଛି। ପନ୍ତ କେମିତି ସଂକ୍ରମିତ ହେଲେ ତାକୁ ନେଇ ଢେର ଚର୍ଚ୍ଚା ଲାଗି ରହିଛି। କୁହାଯାଉଛି ପନ୍ତ ୟୁରୋ କପ୍ ଓ ଓ୍ଵି୍ମ୍ବଲଣ୍ଡନ ମ୍ୟାଚ୍ ଦେଖିବାକୁ ଯାଇଥିଲେ ଏବଂ ସେଠାରୁ ହିଁ ସଂକ୍ରମିତ ହୋଇଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ, ପନ୍ତ କରୋନାର ଦ୍ଵିତୀୟ ଡୋଜ୍ ନେବା ପୂର୍ବରୁ ଦନ୍ତ ଚିକିତ୍ସକଙ୍କ ପାଖକୁ ଯାଇଥିଲେ ଏବଂ ସେଠାରେ ହିଁ ସଂକ୍ରମିତ ହୋଇଛନ୍ତି।

ଟାଇମ୍ସ ଅଫ ଇଣ୍ଡିଆ ଅନୁଯାୟୀ, ପନ୍ତ ଜୁଲାଇ ୫ ଓ ୬ ତାରିଖରେ ଦନ୍ତ ଚିକିତ୍ସକଙ୍କ ପାଖକୁ ଯାଇଥିଲେ। ବୋଧହୁଏ କ୍ଲିନିକରେ ଭାଇରସ୍ ପ୍ରଭାବରେ ଆସି ଥାଇପାରନ୍ତି। ଜୁଲାଇ ୭ରେ ସେ ଦ୍ଵିତୀୟ ଡୋଜ୍ ନେଇଥିଲେ। ଏହା ପରେ ଜୁଲାଇ ୮ରେ ପନ୍ତ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଗତ ଆଠ ଦିନ ହେବ ସେ ସଙ୍ଗରୋଧରେ ଅଛନ୍ତି। ପନ୍ତଙ୍କ ପରବର୍ତ୍ତୀ କରୋନା ଟେଷ୍ଟ ଜୁଲାଇ ୧୮ରେ ହେବାର ଅଛି। ରିପୋର୍ଟ ନେଗେଟିଭ୍ ଆସିବା ପରେ ହିଁ ସେ ଡରହମରେ ଦଳ ସହ ଯୋଗ ଦେଇ ପାରିବେ। ପଜିଟିଭ୍ ହେବା ପରେ ପ୍ରଶଂସକଙ୍କ ସାମାଜିକ ଗଣମାଧ୍ୟମରେ ପନ୍ତଙ୍କ ଉପରେ ଖୁବ୍ ବର୍ଷିଛନ୍ତି।

ପନ୍ତଙ୍କ ବ୍ୟତୀତ ଥ୍ରୋଡାଉନ ସ୍ପେଶାଲିଷ୍ଟ ଦୟାନନ୍ଦ ଜାରାନି ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଦୟାନନ୍ଦଙ୍କ ସଂସ୍ପର୍ଶରେ ଆସିଥିବାରୁ ଋଦ୍ଧିମାନ ଶାହାଙ୍କୁ ମଧ୍ୟ ସଙ୍ଗରୋଧରେ ରଖାଯାଇଛି। ପନ୍ତ ଓ ଶାହା କାଉଣ୍ଟି ଏକାଦଶ ବିପକ୍ଷ ଅଭ୍ୟାସ୍ ମ୍ୟାଚରେ ଭାଗ ନେଇ ପାରିବେ ନାହିଁ। ଏହି ଦୁଇ ଖେଳାଳିଙ୍କ ଅନୁପସ୍ଥିତିରେ କେଏଲ ଓ୍ଵିକେଟ କିପର ଦାୟିତ୍ଵ ନିର୍ବାହ କରିବେ। ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଅଗଷ୍ଟ ୪ରୁ ଆରମ୍ଭ ହେଉଛି।

Get real time updates directly on you device, subscribe now.