fbpx
BSKY SKY
BSKY SKY

ପୋଲିସକୁ ଦେଖି ଦୌଡି ନଥିଲି, ତଦନ୍ତରେ ସହଯୋଗ କରିଥିଲି; ବେଲ ଶୁଣାଣି ବେଲେ ଆର୍ଯ୍ୟନଙ୍କ ବୟାନ

BSKY

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନର ଜାମିନ ଶୁଣାଣି ଏନସିବି କୋର୍ଟରେ ଜାରି ରହିଛି । ପୋଲିସକୁ ଦେଖି ଭୟଭୀତ ହୋଇ ଦୌଡିନଥିବା ବେଳେ ତଦନ୍ତରେ ସହଯୋଗ କରିଥିବା ନେଇ କୋର୍ଟରେ ବୟାନ ଦେଇଛନ୍ତି ଆର୍ଯ୍ୟନ୍ ଖାନ୍ । ମୋର କୌଣସି ଅପରାଧିକ ମନୋବୃତ୍ତି ନଥିଲା । ପୋଲିସକୁ ଦେଖି ଦୌଡିବା ପରିବର୍ତ୍ତେ ମୁଁ ସେମାନଙ୍କୁ ଚେକ କରିବାକୁ ଦେଇଥିଲି ବୋଲି ଆର୍ଯ୍ୟନ କହିଛନ୍ତି । ଏହି କାରଣରୁ ତାଙ୍କୁ ଏନସିବି ହେପାଜତରେ ରଖାଯିବା ଅନୁଚିତ ବୋଲି ଆର୍ଯ୍ୟନ କହିଛନ୍ତି ।
ସେହିପରି ଏନସିବିର ଯୁକ୍ତିକୁ ବିରୋଧ କରିଛନ୍ତି ଆର୍ଯ୍ୟନଙ୍କ ଓକିଲ । ଏକ ହ୍ୱାଟ୍ସଆପ୍ ଚାଟ ଆଧାରରେ କାହାକୁ ଗିରଫ କରାଯାଇପାରିବ ନାହିଁ ବୋଲି ଆର୍ଯ୍ୟନଙ୍କ ଓକିଲ ମତ ରଖିଛନ୍ତି । ଏହି ମାମଲାରେ ଆର୍ଯ୍ୟନଙ୍କ ସହିତ ଅରବାଜ ମର୍ଚ୍ଚାଣ୍ଟ ଏବଂ ମୁନମୁନ ଡମେଚା ମଧ୍ୟ ଏନସିବି ଦ୍ୱାରା ଗିରଫ ହୋଇଛନ୍ତି ।

Get real time updates directly on you device, subscribe now.