fbpx

ମଝି ରାସ୍ତାରେ ଆମ୍ବୁଲାନ୍ସରୁ ସରିଗଲା ଡିଜେଲ, ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପାଇଁ ସାହା ହେଲା ଟ୍ରାକ୍ଟର…

Advertisement

କେହି ଅସୁସ୍ଥ ହୋଇପଡ଼ିଲେ କିମ୍ବା ଦୁର୍ଘଟଣା ଘଟିଥିଲେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଫୋନ କରଯାଏ । ଯେମିତି ଆମ୍ବୁଲାନ୍ସ ଆସି ଉଦ୍ଧାର କରିନେବ ଏବଂ ଜଲଦୀ ହସ୍ପିଟାଲରେ ପହଞ୍ଚାଇଦେବ । ଫଳରେ ବଞ୍ଚିଯିବ ଜୀବନ । କିନ୍ତୁ ଯଦି ବାଟରେ ଆମ୍ବୁଲାନ୍ସ ହିଁ ଖରାପ ହୋଇଯିବ ତେବେ ଆପଣ କ’ଣ କରିପାରିବେ? ଏହିଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ । ଯେଉଁଠାରେ ରୋଗୀଙ୍କୁ ନେଇଯାଉଥିବା ଏକ ଆମ୍ବୁଲାନ୍ସ ଅଧା ରାସ୍ତାରେ ଖରାପ ହୋଇଯାଇଛି । ଖାଲି ସେତିକି ନୁହେଁ ପରିସ୍ଥିତି ଏପରି ହୋଇଥିଲା ଯେ ଆମ୍ବୁଲାନ୍ସକୁ ଉଦ୍ଧାର କରିବାକୁ ଟ୍ରାକ୍ଟର ସାହଯ୍ୟରେ ଟାଣି ଟାଣି ନେବାକୁ ପଡ଼ିଥିଲା । ଆଉ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଉତ୍ତର ପ୍ରଦେଶ ବିଜନୋର ଠାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସ୍ଥାନୀୟ ଜଣେ ମହିଳାଙ୍କୁ ଅସୁସ୍ଥତା କାରଣରୁ ଆମ୍ବୁଲାନ୍ସରେ ମେରଠ ମେଡିକାଲ କଲେଜକୁ ନିଆଯାଉଥିଲା । କିନ୍ତୁ କିଛି ବାଟ ଯିବା ପରେ ଇଶା ଗାଓଁ ଠାରେ ଆମ୍ବୁଲାନ୍ସରୁ ଅଧା ରାସ୍ତାରେ ଡିଜେଲ ଖରାପ ହୋଇଯାଇଥିଲା । ଆଉ ଏହାକୁ ଏକ ଟ୍ରାକ୍ଟର ସାହାଯ୍ୟରେ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ନେବାକୁ ପଡ଼ିଥିଲା । ପ୍ରାୟ ୪ କିଲୋମିଟର ଏଭଳି ଭାବରେ ଟ୍ରାକ୍ଟର ଦ୍ୱାରା ଟାଣିଟାଣି ପେଟ୍ରୋଲ ପମ୍ପ ପହଞ୍ଚିଥିଲା । ଆଉ ଏହି ସମୟରେ ଭିତରେ କଷ୍ଟରେ ଛଟପଟ ହେଉଥିଲେ ରୋଗୀ । ଶେଷରେ ଡିଜେଲ ପକାଇବା ପରେ ହସ୍ପିଟାଲରେ ପହଞ୍ଚିଥିଲେ । ଫଳରେ ରୋଗୀଙ୍କ ଜୀବନ ବଞ୍ଚିଯାଇଥିଲା ।

Get real time updates directly on you device, subscribe now.