fbpx

ଦିଲୀପଙ୍କ ଦିଲଓ୍ଵାଲା ପ୍ରେମ: ସାୟରାଙ୍କୁ ଭେଟିବାକୁ ନିତି ଚେନ୍ନାଇରୁ ମୁମ୍ବାଇ ଯାଉଥିଲେ, ପ୍ରଥମ ଭ୍ରମଣରେ ଦେଇଥିଲେ ବିବାହ ପ୍ରସ୍ତାବ

Advertisement

ଭୁବନେଶ୍ଵର(ଓଡିଶା ଭାସ୍କର): ସେ ଥିଲେ ‘ଟ୍ରାଜେଡି କିଙ୍ଗ୍’। ବଲିଉଡର ଥିଲେ ସୁପରଷ୍ଟାର ହିରୋ। ହେଲେ ଏବେ ଆଉ ଆମ ଗହଣରେ ନାହାନ୍ତି ଏହି ବରିଷ୍ଠ ଏବଂ ପ୍ରସିଦ୍ଧ ଅଭିନେତା ଦିଲୀପ କୁମାର। ପରଦାରେ ପ୍ରେମର ପରିଭାଷା ଲେଖୁଥିବା ଦିଲୀପ କୁମାର ଅନେକ ବର୍ଷରୁ ଅସୁସ୍ଥ ଥିଲେ।  ଗତ ଦୁଇ ମାସ ତାଙ୍କର ହସ୍ପିଟାଲକୁ ନିୟମିତ ଯା ଆସ ଚାଲିଥିଲା। ହେଲେ ଏଥର ସେ ହସ୍ପିଟାଲ ଯାଇଥିଲେ। ହେଲେ ସ୍ଵଶରୀରରେ ଆଉ ଫେରିନଥିଲେ। କଫନରେ ଆସିଲା ତାଙ୍କ ମୃତ ଶରୀର। ତାଙ୍କର ବେଗମ ସାୟରା ବାନୋ ଦିନ ରାତି ଦିଲୀପ କୁମାରଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ। ହେଲେ ଆଉ ଫେରିଲେ ନାହିଁ ଦିଲୀପ କୁମାର।

ବୁଧବାର ସକାଳେ ୯୮ ବର୍ଷ ବୟସରେ ଦିଲୀପଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗରେ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ପ୍ରଶଂସକ ଓ ଶୁଭେଚ୍ଛୁଙ୍କ ମଧ୍ୟରେ ରହିଛି ଶୋକାକୂଳ ମାହୋଲ। ତାଙ୍କର କୋଟି କୋଟି ପ୍ରଶଂସକ ତାଙ୍କ ସୁସ୍ଥତା କାମ କରି ଚାଲିଥିଲେ। ସାୟରା ବାନୋ ମଧ୍ୟ ମାନି ନେଇଥିଲେ ଯେ, ତାଙ୍କ  ଜୀବନ ସାଥୀଙ୍କ ଶେଷ ସମୟ ଉପନ୍ନୀତ। କିନ୍ତୁ ସେ ତାଙ୍କ ପ୍ରଶଂସକଙ୍କୁ ଶେଷ ସମୟ ପର୍ଯ୍ୟନ୍ତ ଆଶ୍ଵାସନା ଦେଇ ଚାଲିଥିଲେ। ଦୁହିଁଙ୍କ ପ୍ରେମ ଏମିତି ରହିଥିଲା, ଯାହା ପରସ୍ପରକୁ କେବେ ମଧ୍ୟ ଦୁର୍ବଳ କରିନଥିଲା।

ଦିଲୀପ କୁମାରଙ୍କ ପ୍ରେମ କାହାଣୀ ଖୁବ୍ କମ ଲୋକଙ୍କୁ ଜଣାଥିବ। ଏମିତି ସମୟ ଥିଲା, ଯେବେ ବିଲାତରୁ ଫେରିଥିବା ସାୟରା ବାନୋଙ୍କୁ ଭେଟିବାକୁ ଦିଲୀପ ପ୍ରତିଦିନ ରାତିରେ ଚେନ୍ନାଇରୁ ମୁମ୍ବାଇ ଆସୁଥିଲେ। ପୁଣି ସକାଳ ଫ୍ଲାଇଟରେ ଫେରି ଶୁଟିଂରେ ଯୋଗ ଦେଉଥିଲେ। ସାୟରା ବାନୋଙ୍କୁ ଯେବେ ପ୍ରଥମ ଥର ଦିଲୀପ କୁମାର ନିଜ କାରରେ ବୁଲାଇବାକୁ ନେଇଥିଲେ, ତାଙ୍କୁ ସାୟରା ବାନୋଙ୍କ ମା ଏବଂ ଦାଦିଙ୍କ ଅନୁମତି ନେବାକୁ ପଡିଥିଲା। ପ୍ରଥମ ଭ୍ରମଣରେ ହିଁ ଦିଲୀପ କୁମାର ସାୟରା  ବାନୋଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ସେହି ସମୟରେ ସାୟରାଙ୍କୁ ଲାଗିଥିଲା ଯେ, ଦିଲୀପ ତାଙ୍କୁ ଇମ୍ପ୍ରେସ କରିବାକୁଷ୍ଟା କରୁଛନ୍ତି।

୧୯୬୬ ମସିହାରେ ଦିଲୀପ କୁମାର ଓ ସାୟରା ବାନୋଙ୍କ ବିବାହ ହୋଇଥିଲା। ଉକ୍ତ ଜମାନାରେ ଏହି ଯୋଡି ହିନ୍ଦୀ ଫିଲ୍ମରେ ହେଉଥିବା ବିବାହ ପାଇଁ ଏକ ଉଦାହରଣ ପାଲଟିଥିଲା। ଉଭୟ ଜୀବନରେ ଅନେକ ଉତଥାନ ଓ ପତନ ଦେଇ ଗତି କରିଥିଲେ ଏବଂ ଦୃଢ ଭାବେ ଏହାର ସାମ୍ନା କରିଥିଲେ। ନିଜ ଅତୀତକୁ ମନେ ପକାଇ ସାୟରା ନିକଟରେ କହିଥିଲେ, କ୍ୟାରିୟର ଆରମ୍ଭରେ ଦିଲୀପ କୁମାର ଓ ସେ ମିଶି ଭଲ କାମ କରୁଥିଲେ। ସାୟରା କହିଛନ୍ତି, ଦିଲୀପ କୁମାର ନିଜ ଜୀବନରେ ଯେତେ ଭଲ ଫିଲ୍ମ କରିଛନ୍ତି, ସେ ତାଙ୍କଠୁ କମ ଫିଲ୍ମ କରିଛନ୍ତି।

ଦିଲୀପ କୁମାରଙ୍କ ପ୍ରଶଂସା କରି ସାୟରା ସେହି ସମୟରେ କହିଥିଲେ, ଦିଲୀପ କୁମାରଙ୍କୁ ବିବାହ କରି ତାଙ୍କ ସହ ରହିବା ସହଜ ଥିଲା। ସେ ବହୁତ ଦୟାଳୁ ମଣିଷ ଥିଲେ। ବିବାହକୁ ନେଇ ସେ କେବେ ମଧ୍ୟ ଅସୁରକ୍ଷିତ ଅନୁଭବ କରି ନାହାନ୍ତି। ସାୟରାଙ୍କ ଅନୁଯାୟୀ, ଦିଲୀପ କୁମାରଙ୍କ ସହ ତାଙ୍କ ପ୍ରେମ ସର୍ବଦା ନିଃସ୍ଵାର୍ଥପର ରହିଥିଲା ଓ ଏହା ଏମିତି ପ୍ରେମ ଥିଲା ଯାହାକୁ ନେଇ ତାଙ୍କୁ କେବେ ନା ଭାବିବାକୁ ପଡିଥିଲା ନା କିଛି କରିବାକୁ ପଡିଥିଲା। ଦିଲୀପ କୁମାରଙ୍କୁ ଦେଖିବା କ୍ଷଣି ସାୟରାଙ୍କ ହୃଦୟ ତରଳି ଯାଇଥିଲା, ଯାହା ଆଜି ମଧ୍ୟ ସେମିତି ରହିଛି। ସାୟରାଙ୍କୁ ମଧ୍ୟ ସେହି ଦିନର ଅବଶୋଷ ମନେ ରହିଛି, ଯେବେ କାମ ପାଇଁ ତାଙ୍କୁ ବହୁତ ଯାତ୍ରା କରିବାକୁ ପଡୁଥିଲା। କାମ ଚକ୍କରରେ ସେ ସ୍ଵାମୀ ଦିଲୀପ କୁମାରଙ୍କ ସହ ସକାଳର ଚା ମଧ୍ୟ ପିଇ ପାରୁନଥିଲେ। ହେଲେ ଦିଲୀପଙ୍କୁ ଏହା କେବେ ବି ଖରାପ ଲାଗିନଥିଲା।

ଏବେ ଦିଲୀପ କୁମାର ଆମ ଗହଣରେ ନାହାନ୍ତି। ତାଙ୍କ ବଙ୍ଗଳାରେ ଜମୁଥିବା ଲୋକଙ୍କ ଭିଡ ଅନେକ ବର୍ଷ ପୂର୍ବରୁ ବିରାମ ଲାଗି ସାରିଛି। ବିଗତ ବର୍ଷରେ ତାଙ୍କ ଦୁଇ ଭାଇଙ୍କ ବିୟୋଗ ପରେ ଦିଲୀପ କୁମାର ନିଜ ବିବାହ ବାର୍ଷିକୀ ପାଳନ ମଧ୍ୟ  ବନ୍ଦ କରି ଦେଇଥିଲେ। ଶେଷ ଥର ଖୁବ୍ କମ ଲୋକଙ୍କୁ ତାଙ୍କ ନିକଟକୁ ଯିବାକୁ ସୁଯୋଗ ମିଳିଥିଲା। ଗତ ବିବାହ ବାର୍ଷିକୀରେ ସାୟରା ବାନୋ କହିଥିଲେ, ଦିଲୀପଙ୍କ ସ୍ଵାସ୍ଥ୍ୟ ପୂର୍ବ ପରି ଆଉ ଭଲ ନାହିଁ। ସେ ବହୁତ ଦୁର୍ବଳ  ହୋଇ ଯାଇଛନ୍ତି।

Get real time updates directly on you device, subscribe now.