ଗଞ୍ଜାମ: ( ଓଡ଼ିଶା ଭାସ୍କର ) ରାଜନୈତିକ ହିଂସାରେ ମୃତ୍ୟୁ ବରଣ କରିଥିବା ଦିଲୀପଙ୍କ ପତ୍ନୀ ଦେଲେ ଭୋଟ । ଗତ ୧୫ ତାରିଖ ରାତିରେ ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ରାଜନୈତିକ ହିଂସାରେ ପ୍ରାଣ ହରାଇ ଥିବା ଦିଲୀପ ପାହାନଙ୍କ ପତ୍ନୀ ମତଦାନ କରିଛନ୍ତି । ସ୍କୁଲ୍ ଘରେ ହୋଇଥିବା ସଖୀ ମତଦାନ କେନ୍ଦ୍ରକୁ ଯାଇ ଗଣତନ୍ତ୍ରର ମହାନ୍ ପର୍ବରେ ସାମିଲ ହୋଇଛନ୍ତି । ନିଜର କୋହ ଭରା କଣ୍ଠ ଓ ଛଳ ଛଳ ଆଖିକୁ ସାମିଲ କରି ନିଜର ମତଦାନ କରିଛନ୍ତି ।
ଦିଲୀପଙ୍କ ବାପା ମଧ୍ୟ ଭୁଲି ନାହାନ୍ତି ସୁସ୍ଥ ଗଣତାନ୍ତ୍ରିକ ପଦ୍ଧତି । ନିଜର ଅଧିକାର ସାବ୍ୟସ୍ତ କରି ଏକ ସୁସ୍ଥ ସରକାର ଗଢ଼ିବା ପାଇଁ ପ୍ରେରଣା ପାଲଟିଲେ । ଛାତିରେ ଛାତିଏ କୋହକୁ ନିଜ ଛାତିରେ ଜାବୁଡ଼ି ଧରି ଭୋଟ କେନ୍ଦ୍ରକୁ ଆସି ଉପଯୁକ୍ତ ଯୋଗ୍ୟ ପାର୍ଥିକୁ ଭୋଟ ଦେଇ ଘରକୁ ଫେରିଥିଲେ ସ୍ୱର୍ଗତ ଦିଲୀପଙ୍କ ପତ୍ନୀ ।