fbpx

(Video): ଅଧାରେ କନସର୍ଟ ଅଟକାଇଲେ ଦିଲଜିତ୍‌, ରତନ ଟାଟାଙ୍କୁ ନେଇ ଷ୍ଟେଜରେ ହେଲେ ଭାବୁକ

ମୁମ୍ବାଇ: ପଞ୍ଜାବି ଲୋକପ୍ରିୟ ଗାୟକ ଦିଲଜିତ୍ ଦୋସାଞ୍ଜ । ବର୍ତ୍ତମାନ ସେ Dil-Luminati ଗସ୍ତରେ ଅଛନ୍ତି । ଏହି ସମୟରେ ସେ ଦେଶ ବିଦେଶର ବିଭିନ୍ନ ସ୍ଥାନରେ କନସର୍ଟ କରୁଛନ୍ତି । ନିକଟରେ ସେ ଜର୍ମାନୀର ଏକ କନସର୍ଟରେ ଯୋଗ ଦେଇଥିଲେ । କନସର୍ଟ ମଝିରେ ତାଙ୍କୁ ରତନ ଟାଟାଙ୍କ ନିଧନ ଖବର ମିଳିଥିଲା । ଏହା ପରେ ସେ କନସର୍ଟକୁ ମଝିରେ ଅଟକାଇ ଷ୍ଟେଜରେ ଭାବୁକ ହୋଇଯାଇଥିଲେ । ସେ ଦିବଙ୍ଗତ ଶିଳ୍ପପତିଙ୍କ ଉଦ୍ଦେଶ୍ୟରେ ପ୍ରେରଣାଦାୟୀ କଥା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଲାଇଭ୍ କନସର୍ଟରେ ପଫର୍ମାନ୍ସ କରୁଥିବା ସମୟରେ ଦିଲଜିତଙ୍କୁ ତାଙ୍କ ଟିମ୍ ରତନ ଟାଟାଙ୍କ ନିଧନ ବିଷୟରେ କହିଥିଲେ । ଏହା ପରେ ଦିଲଜିତ୍ କନସର୍ଟକୁ ମଝିରେ ଅଟକାଇ କହିଥିଲେ, ‘ରତନ ଟାଟାଜୀଙ୍କ ବିଷୟରେ ସମସ୍ତେ ଜାଣିଥିବେ । ତାଙ୍କର ନିଧନ ହୋଇଯାଇଛି । ଆମ ସମସ୍ତଙ୍କ ତରଫରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି । ତାଙ୍କ ନାଁ ନେବା ବହୁତ ଜରୁରୀ କାରଣ ସେ ତାଙ୍କ ଜୀବନରେ ସବୁବେଳେ ପରିଶ୍ରମ ଓ ଭଲ କାମ କରିଛନ୍ତି । ମୁଁ ତାଙ୍କ ବିଷୟରେ ଯେତିକି ଶୁଣିଛି ଓ ପଢ଼ିଛି, ମୋତେ ମନେ ନାହିଁ କି ସେ କେବେ କାହା ବିଷୟରେ କିଛି ଖରାପ କହିଥିବେ । ଏଇୟା ହିଁ ଜୀବନ । ଆମେ ତାଙ୍କ ଜୀବନରୁ କିଛି ଶିଖିପାରିବା ଯଦି ତାହା ହେଉଛି କଠିନ ପରିଶ୍ରମ କରିବା, ଭଲ ଚିନ୍ତା କରିବା ଓ ଅନ୍ୟର ସାହାଯ୍ୟ କରିବା । ସେ ତାଙ୍କ ଜୀବନ ବହୁତ ଭଲ ଭାବେ ଜୀଇଁଥିଲେ । ଆଜିର କନସର୍ଟ ତାଙ୍କ ନାଁରେ ।’

 

View this post on Instagram

 

A post shared by TEAM DOSANJH (@teamdiljitglobal)

 

Get real time updates directly on you device, subscribe now.