fbpx

ଜାଆଁଳା ଶିଶୁର ପିତା-ମାତା ହେଲେ ଦୀନେଶ କାର୍ତ୍ତିକ-ଦୀପିକା ପାଲିକଲ୍

Advertisement

ନୂଆଦିଲ୍ଲୀ: ଜାଆଁଳା ଶିଶୁର ମାତା ପିତା ହୋଇଛନ୍ତି କ୍ରୀଡାବିତ୍ ଦମ୍ପତ୍ତି ଦୀନେଶ କାର୍ତ୍ତିକ ଓ ଦୀପିକା ପାଲିକଲ୍ । ପୂର୍ବତନ ଭାରତୀୟ କ୍ରିକେଟର ଦୀନେଶ କାର୍ତ୍ତିକ ନିଜ ଟ୍ୱିଟ୍ଟର ହ୍ୟାଣ୍ଡେଲରେ ପିତୃତ୍ୱ ନେଇ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ଦୁଇ ଶିଶୁଙ୍କ ସମ୍ପର୍କରେ ଘୋଷଣା କରିବା ସହିତ ସେମାନଙ୍କ ନାମ ଘୋଷଣା କରିଛନ୍ତି । ଟ୍ୱିଟ କରି କାର୍ତ୍ତିକ କହିଛନ୍ତି ଆମେ ବର୍ତ୍ତମାନ ୩ରୁ ୫ ହେଇଗଲୁ । ଦୁଇ ଶିଶୁ ପୁତ୍ରଙ୍କ ନାମ କବୀର ପାଲିକଲ କାର୍ତ୍ତିକ ଏବଂ ଜିଆନ ପାଲିକଲ୍ କାର୍ତ୍ତିକ ବୋଲି ନିଜ ଟ୍ୱିଟ୍ଟର ହ୍ୟାଣ୍ଡେଲରେ ଘୋଷଣା କରିଛନ୍ତି ।

କୋଲକାତା ନାଇଟ ରାଇଡ ରାଇଡର୍ସର ପୂର୍ବତନ ଅଧିନାୟକଙ୍କୁ ୱାସମ ଜାଫର ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଜଣେ ପର୍ଫେକ୍ଟ ବ୍ୟାଟ୍ସମ୍ୟାନଙ୍କ ଭଳି କାର୍ତ୍ତିକ ଏକକୁ ଦୁଇରେ ପରିବର୍ତ୍ତନ କରିଛନ୍ତି । ଦୁଇ ନବଜାତଙ୍କୁ ମୋର ଆଶୀର୍ବାଦ ।

 

Get real time updates directly on you device, subscribe now.