fbpx

ଦୀନେଶ କୁମାର ଖରା ହେଲେ SBIର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ ୭।୧୦: ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ବା SBIର ନୂଆ ଅଧ୍ୟକ୍ଷ ଭାବେ ଆଜି ନିଯୁକ୍ତ ହୋଇଛନ୍ତି ଦୀନେଶ କୁମାର ଖରା । କେନ୍ଦ୍ର ସରକାରଙ୍କ ଦ୍ଵାରା ଦୀନେଶଙ୍କୁ ନିଯୁକ୍ତ କରାଯାଇଛି । ଅକ୍ଟୋବର ୭ରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହେବ । ଦୀନେଶ କୁମାର ଖରା ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଏହି ପଦରେ ରହିବେ । ଅଧ୍ୟକ୍ଷ ଏସବିଆଇର ମୁଖ୍ୟ ହୋଇଥାନ୍ତି । ତାଙ୍କ ଅଧିନରେ ୪ ଜଣ ପରିଚାଳନା ନିର୍ଦ୍ଦେଶକ ରହିଥାନ୍ତି । ଦୀନେଶ କୁମାର ଖରା ବର୍ତ୍ତମାନର ଅଧ୍ୟକ୍ଷ ରଜନୀଶ କୁମାରଙ୍କ ସ୍ଥାନ ନେବେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.